ଆଜି ଦିନିକିଆ ଓଡିଶା ଗସ୍ତରେ ବରିଷ୍ଠ ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାମଜ ଚୈାହାନ
ବରିଷ୍ଠ ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈାହାନ ଆଜି ଦିନିକିଆ ଓଡିଶା ଗସ୍ତରେ ଆସି କଟକ ଓ ଜଗତସିଂହପୁରର ବିଜେପି କର୍ମୀ ଓ ନେତାମାନଙ୍କୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି ।ଏହି ଅବସରରେ ଶ୍ରୀ ଚୌହାନ ଜଗତସିଂହପୁର ଜିଲ୍ଲାରେ ପହଁଚିବା ପରେ ବିଜେପିର କର୍ମକର୍ତ୍ତା ମାନେ ଗାନ୍ଧୀ ଛକ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ଜଗତସିଂହପୁର ସ୍ଥିତ ବଙ୍ଗଳା ଛକ ଠାରେ ଆୟୋଜିତ କାର୍ଯ୍ୟକର୍ତା ସମ୍ମିଳନୀ ସ୍ଥଳ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ।ଭିଓ-୧-ଦଳୀୟ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇ ଶପଥ କରାଇଲେ ବରିଷ୍ଠ ବିଜେପି ନେତା ଶିବରାଜ ସିଂ ଚୌହାନ । ଆଜି ଜଗତସିଂହପୁର ଠାରେ ଆୟୋଜିତ ଲୋକସଭା ସ୍ତରୀୟ କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗଦେଇ ଶ୍ରୀ ଚୌହାନ ମୋଦି ସରକାରଙ୍କର ସଫଳତା ବାବଦରେ ଆଲୋକପାତ କରିଥିଲେ । ଓଡ଼ିଶାରେ ବିଜେପି ଆସିଲେ ଓଡିଶା ଦେଶରେ ଏକ ନମ୍ବର ରାଜ୍ୟରେ ପରିଣତ ହେବ ।ନରେନ୍ଦ୍ର ମୋଦିଙ୍କ ନେତୃତ୍ବ ସାରା ବିଶ୍ଵ ରେ ଭାରତର ସମ୍ମାନଙ୍କୁ ବୃଦ୍ଧି କରିଛି । ଦେଶକୁ ଆଗକୁ ବଢାଇବାର ଅଛିତ ମୋଦି ସରକାର ଦରକାର । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ପାଇଁ ବୁଥରେ କାମ କରୁଥିବା କର୍ମକର୍ତା ମାନେ ମୋଦି ସରକାରଙ୍କ ସଫଳତା ବାବଦରେ ଲୋକଙ୍କ ପାଖକୁ ଯିବାକୁ ପଡିବ । ଏଥର ଓଡ଼ିଶାରେ 21 ଟି ଲୋକସଭା ଓ ବିଧାନସଭା ସହ ଦେଶରେ ମଧ୍ୟ ବିଜେପି ସରକାର ଆସିବ ବୋଲି ଶ୍ରୀ ଚୌହାନ ଦୃଢୋକ୍ତି ପ୍ରକାଶ କରିଥିଲେ । ଏହାକୁ ବାସ୍ତବରେ ପରିଣତ କରିବା ପାଇଁ ସମସ୍ତ କର୍ମକର୍ତା ଓ କର୍ମୀ ମାନଙ୍କୁ ସଂକଳ୍ପ କରାଇଥିଲେ । ବାଇଟ-୧-ଶିବରାଜ ସିଂ ଚୌହାନ,ବରିଷ୍ଟ ବିଜେପି ନେତା ଭିଓ-୨-ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମକର୍ତ୍ତା ସମ୍ମିଳନୀରେ ଶ୍ରୀ ଚୌହାନ ଯୋଗ ଦେଇ କହିଥିଲେ ଯେ ଓଡ଼ିଶାରେ ଆଗାମୀ ନିର୍ବାଚନରେ ପଦ୍ମ ଫୁଟିବ।ଓଡ଼ିଶାର ଲୋକମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଜର ପ୍ରିୟ ଲୋକ ବୋଲି ଭାବି ସାରିଛନ୍ତି ।ମୋଦି ଜୀ ଙ୍କ ଗରିବ କଲ୍ୟାଣ ଯୋଜନା ଲୋକମାନଙ୍କୁ ବିଜେପି ପ୍ରତି ଆସ୍ଥା ପ୍ରଦାନ କରିଛି । ଓଡ଼ିଶାରେ ନବୀନ ସରକାରରେ ଯେଉଁ ଭଳି ଭାବରେ ଅରାଜକତା ଚାଲିଛି ତାକୁ ପ୍ରତିହତ କରିବାକୁ ହେବ ।ଶିକ୍ଷା, ସ୍ୱାସ୍ଥ୍ୟ ସହିତ ସାଧାରଣ ଲୋକଙ୍କ ମୌଳିକ ସୁବିଧା ସମସ୍ୟାର ସମାଧାନ ହେବାକୁ ହେଲେ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ବିଜେପିକୁ ଆଶ୍ରିବାଦ କରିବାକୁ ହେବ ।ସେଥିପାଇଁ ବୁଥ ସ୍ତରରେ କିପରି ଦଳ ମଜବୁତ ହୋଇପାରିବ ସେ ବାବଦରେ କର୍ମୀମାନେ ସଜାଗ ହେବା ସହିତ ବୁଥକୁ ମଜବୁତ କରିବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଦଳର ବହୁ ବାରିଷ୍ଟ ନେତା ଓ କର୍ମକର୍ତା ମାନେ ଯୋଗଦେଇ ଆଗାମୀ ନିର୍ବାଚନରେ ସଫଳତା ହାସଲ ପାଇଁ ଏକତ୍ରିତ ହେବାକୁ ଆହ୍ଵାନ ଦେଇଥିଲେ ।
ଜଗତସିଂହପୁର ରୁ ରୀତା ସାହୁ
