ମା ବୀଣାବାହିନୀ ଙ୍କ ପୂଜା ମହାବୀର ୟୁଥ୍ କ୍ଲବ୍ ଆନୁକୁଲ୍ୟରେ ଅନୁଷ୍ଠିତ

ବିଦ୍ୟାର ଦେବୀ ମା ସରସ୍ଵତୀ ଙ୍କ ପୂଜା ବଡ଼ ଧୁ ଧାମ ରେ ପାଳନ ହୋଇଯାଇଛି। ଭଦ୍ରକ ଜିଲ୍ଲା ଆଗରପଡ଼ା ର ମହାବୀର ଯୁବକ ସଂଘ ପୂଜା କମିଟି ପକ୍ଷରୁ ମା ବିଦ୍ୟାପ୍ରଦାୟନି ଙ୍କ ର ପୂଜା ଏକ ନିଆରା ରୂପରେ ଅନୁଷ୍ଠିତ ହୋଇଯାଇଛି। ମୂର୍ତ୍ତି କାର ପଦ୍ମଲାଭ ସେଠୀ ଙ୍କ କଳାକୃତି ରେ ଗଢା ଟେରାକୋଟା କାରୁକାର୍ଯ୍ୟରେ ମା ସରସ୍ଵତୀ ଙ୍କ ସୋରୁପ ଭକ୍ତଙ୍କ ଗହଣରେ ପୂଜା ପାଉଛି। ସକାଳ ୧୦ ଘଟିକା ସମୟରେ ଗ୍ରାମ ପୁଷ୍କରିଣୀ ରୁ ଘାଟ ଉତଳନ କରାଯାଇ ଥିଲା ପରେ ସ୍ଥାପିତ ମା ବିଦ୍ୟାଦାତ୍ରି ଙ୍କ ପ୍ରତିମୂର୍ତ୍ତି ପାଖରେ ପଣ୍ଡିତ ବେଦ ପାଠ କରି ମା ଙ୍କୁ ଆବାହନ କରିଥିଲେ ପରେ କମିଟି ର ସମସ୍ତ ସଦସ୍ୟ ,ସଦସ୍ୟା ମାନେ ମା ଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ସଭାପତି ବାବୁରାମ ବେହେରା ଙ୍କ ତତ୍ତ୍ୱାବଧାନରେ ପ୍ରଦୀପ୍ତ ସେଠୀ, ଶ୍ରୀତମ ସିଂହ, ଆୟୁଷ ସେଠୀ, କାହ୍ନୁ ସିଂହ, କହ୍ନେଇ ସିଂହ,ଦଶରଥ ସିଂହ, ସିପୁନ ସିଂହ,ବାପୁନୁ, ଅମିୟରଞ୍ଜନ ରାମ, ଦିବ୍ୟଆକାଶ ପୁହାଣ, ଦେବଜ୍ୟୋତି ସାହୁ, ଟୁଇଙ୍କିଲ୍ ସେଠୀ,ବଳରାମ ସେଠୀ,କାହ୍ନା ସିଂହ,ଗୟାଧର ପଣ୍ଡା ଙ୍କ ସମେତ ପଚାଶ ରୁ ଉର୍ଦ୍ଧ ସଦସ୍ୟ ମାନଙ୍କ ସହୋଜୋଗ ରେ ମା ଙ୍କ ପୂଜାର୍ଚ୍ଚନା ସମାପନ ହୋଇଥିଲା।

Leave a Reply

Your email address will not be published. Required fields are marked *