ପଞ୍ଚମ ଲୋକକଳା ମହୋତ୍ସବ ୨୦୨୪ ଉଦଘାଟିତ

କୋଣାର୍କ ସ୍ଥିତ ରାଜାରାମ ମଠ ପ୍ରାଙ୍ଗଣରେ କୋଣାର୍କ ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନାଟ୍ୟଦୀପ ଆନୁକୁଲ୍ୟରେ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରାଳୟ, ସଂସ୍କୃତି ମନ୍ତ୍ରାଳୟ , ରାଜ୍ୟ ସଂସ୍କୃତି ବିଭାଗ ଓ ଓମଫେଡ ସହଯୋଗରେ ୩ ଦିନିଆ ଲୋକ କଳା ମହୋତ୍ସବକୁ କୋଣାର୍କ ଏନ୍ ଏ ସି ର ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ସାଂସ୍କୃତିକ ଅନୁଷ୍ଠାନ ନାଟ୍ୟଦୀପର ନିର୍ଦ୍ଦେଶକ କାଳନ୍ଦୀ ଚରଣ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନୀ ସମାରୋହରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ନାବାର୍ଡ ର ଅଧିକାରୀ ବାଉରୀ ବନ୍ଧୁ ଗୋଛୟତ, ପ୍ରତିଷ୍ଟିତ ଲେଖକ ସର୍ବେଶ୍ଵର ସେଣ ଯୋଗଦେଇଥିଲେ। ଲୋକକଳାର ପୁନରୁଦ୍ଧାର ଓ ପ୍ରଚାର ଓ ପ୍ରସାର କରି ଜନମାନସରେ ଏହାର ଲୋକପ୍ରିୟତା ବୃଦ୍ଧି କରିବା ଏକାନ୍ତ ଅପରିହାର୍ଯ୍ୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଉଦଘାଟନୀ ସମାରୋହର ପ୍ରଥମାର୍ଦ୍ଧରେ ଓଡ଼ିଶୀନୃତ୍ୟ ପରିବେଷଣ କରାଯାଇଥିଲା। ଏହାପରେ କଳାକାର ମାନଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥିଲା। ଶେଷରେ ଭୁବନେଶ୍ୱର ର ନୂପୁର ଅନୁଷ୍ଠାନ ର କଳାକାର ମାନଙ୍କ ଦ୍ଵାରା ଦଶ ମହାବିଦ୍ୟା ,ଦେବୀ ବନ୍ଦନା , ଅଗ୍ନି ନୃତ୍ୟ , କାକଟପୁରୁ ର ମା କାକଟେଶ୍ୱରି ଲୋକ ନୃତ୍ୟ କଳା ପରିଷଦ ଚଇତି ଘୋଡ଼ା ନାଚ ପରିବେଷଣରେ ମହୋତ୍ସବ ସ୍ଥାନରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା। ଏହି ଉଦଘାଟନୀ ସମାରୋହରେ କୋଣାର୍କ ତଥା ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ଏହି ଉଦଘାଟନୀ ସମାରୋହକୁ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରତାପ କୁମାର ରାଉତ ସଂଯୋଜନା କରିଥିଲେ। ଏହି ମହୋତ୍ସବକୁ ନାଟ୍ୟଦୀପର ସହ ନିର୍ଦ୍ଦେଶକ ନିତ୍ୟାନନ୍ଦ ମହାରଣା, ନିର୍ମଳ କୁମାର ପ୍ରଧାନ ଓ କାଳନ୍ଦୀ ଚରଣ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *