ଭାରସମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଭ୍ୟାନ

-ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ପଙ୍ଗାତିରା -କମର ପୂର୍ତ୍ତ ବିଭାଗ ରାସ୍ତାର ଡିହଡୋଳ ଗାଁ ଆଶ୍ ଫାକ୍ଟ୍ରି ନିକଟରେ ଓଲଟିଲା ସ୍କୁଲ ଭ୍ୟାନ୍। ସ୍କୁଲ ଭ୍ୟାନ୍ ଓଲଟି ୫ ଜଣ ଛାତ୍ର ଛାତ୍ରୀ ଆହତ ହୋଇଥିବା ସୂଚନା। ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୧୨ଜଣ ଛାତ୍ରଛାତ୍ରୀ। ସମସ୍ତ ଛାତ୍ରଛାତ୍ରୀ ପରଜଙ୍ଗ ବ୍ଲକ ବାରିହାପୁର ଆଦର୍ଶ ବିଦ୍ୟାଳୟର ହୋଇଥିବା ଜଣାପଡିଛି। ସ୍କୁଲ ଭ୍ୟାନ୍ ଟି କଙ୍କଡାସୋଡ଼ା ଓ କନ୍ତୁର ଗାଁରୁ ଛାତ୍ରଛାତ୍ରୀଙ୍କୁ ନେଇ ବାରିହାପୁର ଓଡିଶା ଆଦର୍ଶ ବିଦ୍ୟାଳୟକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା। ଆହତ ଛାତ୍ରଛାତ୍ରୀଙ୍କୁ ପରଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି।ଖବର ପାଇ ପରଜଙ୍ଗ ମେଡିକାଲରେ ସ୍ଥାନୀୟ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ, ବ୍ଲକ ଅଧକ୍ଷା ଶର୍ମିଷ୍ଠା ଦଳବେହେରା ଓ ବ୍ଲକ ଶିକ୍ଷାଧିକାରି ପହଞ୍ଚି ଆହତ ଛାତ୍ରଛାତ୍ରୀଙ୍କୁ ଭେଟିବା ସହ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଏପଟେ ପରଜଙ୍ଗ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛନ୍ତି।

Leave a Reply

Your email address will not be published. Required fields are marked *