ଏକ୍ସନ୍ ମୋଡ୍ ରେ ଟିଟିଲାଗଡ଼ ଥାନାଧିକାରୀ

ଏକ୍ସନ୍ ମୋଡ୍ ରେ ଟିଟିଲାଗଡ଼ ଥାନାଧିକାରୀ ଅବନୀ ସାହୁ ଟିଟିଲାଗଡ଼:- ଟିଟିଲାଗଡ଼ ପୋଲିସର ଜୁଆ ଆଡ୍ଡା ଉପରେ ଚଢ଼ାଉ – ୨୫ ଯୁଆଡି ସହ ନଗଦ ଏକଲକ୍ଷ,ଅଠସ୍ତୋରୀ ହଜାର,ଛ ସହ ଏକଚାଳିଶ ଟଙ୍କା ଜବତ ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଟିଟିଲାଗଡ ନିକଟସ୍ଥ କୁମୁଡ଼ା ଗ୍ରାମ ନିକଟରେ ଥିବା ଜଣଙ୍କ ଘରେ ଜୁଆ ଖେଳ ଚାଲିଥିବା ଖବର ପାଇ ବଲାଙ୍ଗିର ଏସପି ଙ୍କୁ ଜଣାଇବା ପରେ ଏକ ସ୍ବତନ୍ତ୍ର ଟିମ ଗଠନ କରି ଥାନାଧିକାରୀ ଶ୍ରୀ ଅବନୀ କୁମାର ସାହୁଙ୍କ ନେତୃତ୍ୱରେ ପୋଲିସ ଟିମ ଦ୍ବାରା ୧୪ ତାରିଖ ରାତିରେ ଚଢ଼ାଉ କରି ୨୫ ଜଣଙ୍କୁ ଧରିବା ସହ ସେମାନଙ୍କ ଠାରୁ ୧ ଲକ୍ଷ ୭୮ ହଜାର ୬୪୧ ଟଙ୍କା, ୫ ପ୍ୟାକେଟ ତାସ ପୁଡିଆ, ୨୧ ଟି ମୋବାଇଲ, ୯ ଟି ମୋଟର ସାଇକେଲ ଜବତ୍ କରାଯାଇ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଉଛି ବୋଲି ଟିଟିଲାଗଡ ଥାନା ସମ୍ମିଳନୀ କକ୍ଷରେ ଏସଡିପିଓ ଶ୍ରୀମତି ଅଙ୍କିତା କୁମ୍ଭାର ଏବଂ ଥାନାଧିକାରୀ ଶ୍ରୀ ଅବନୀ କୁମାର ସାହୁ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *