ଧନିଆନାଳି ଆଶ୍ରମ ବିଦ୍ୟାଳୟ ର ବାର୍ଷିକ ଉତ୍ସବ
ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଧନିଆନାଳି ଆଶ୍ରମ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପୃଷ୍ଟି ଙ୍କ ଅଧ୍ୟକ୍ଷତାରେ ଫେବୃଆରୀ ମାସ ପନ୍ଦର ତାରିଖ ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଗଁଦିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପବିତ୍ର କୁମାର ବେହେରା, ସମ୍ମାନିତ ଅତିଥି ଭାବେ ଗଁଦିଆ ବ୍ଳକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ମନୋରଞ୍ଜନ ସାହୁ ଉପସ୍ଥିତ ହୋଇ ଛାତ୍ର ଛାତ୍ରୀ ମାନଙ୍କୁ ଉଦ୍ ବୋଧନ ଦେଇ ଉତ୍ସାହିତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍

ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ଉପସ୍ଥିତ ହୋଇ ଛାତ୍ର ଛାତ୍ରୀ ମାନଙ୍କୁ କଠିନ ପରିଶ୍ରମ କରି ମଣିଷ ପରି ମଣିଷ ହେବା ପାଇଁ ସ୍ବପ୍ନ ଦେଖିବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ମୋ ସ୍କୁଲ ଅଭିଯାନ ର ସଭାପତି ସଚିନ୍ଦ୍ର ତ୍ରିପାଠୀ, ପରିଚାଳନା ପରିଷଦ ସଭାପତି ରଙ୍ଗଲତା ମହାନ୍ତ, ସମାଜସେବୀ ପ୍ରଦ୍ୟୁମ୍ନ ଶତପଥୀ ମଞ୍ଚିସୀନ ହୋଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଅଭିମନ୍ୟୁ ନାୟକ, ସର୍ବେଶ୍ଵର ସାହୁ, ରାମଚନ୍ଦ୍ର ନାୟକ , ଶିକ୍ଷୟିତ୍ରୀ ସୁଭଦ୍ରା ଗୋଛି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ବିଦ୍ୟାଳୟ ର ବାର୍ଷିକ ବିବରଣୀ ପ୍ରଧାନ ଶିକ୍ଷକ ଶ୍ରୀ ପୃଷ୍ଟି ଉପସ୍ଥାପନା କରିଥିଲେ। କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମେରା ଭାରତ ମହାନ୍ ଉପସ୍ଥାପନା କରାଯାଇଥିଲା।ପ୍ରାୟ ଶତାଧିକ ଅଭିଭାବକ କାର୍ଯ୍ୟକ୍ରମ କୁ ଛାତ୍ର ଛାତ୍ରୀ ମାନଙ୍କ ସହିତ ଉପଭୋଗ କରିଥିଲେ।
