ନୀଳାଦେଇପୁର-ଚାନ୍ଦପୁର ରାସ୍ତା ମରାମତି କାମ ନିମ୍ନମାନରନିର୍ମାଣ

ନୀଳାଦେଇପୁର-ଚାନ୍ଦପୁର ରାସ୍ତା ମରାମତି କାମ ନିମ୍ନମାନରନିର୍ମାଣର ଦିନକ ପରେ ଉଠିଗଲା ପିଚୁ।ସମ୍ପୃକ୍ତ ଠିକାଦାର ମରାମତି ଆଳରେ ରାସ୍ତାଉପରେ ନିମ୍ନମାନର ପିଚୁ କାମ କରିଥିଲେ ।ପୂର୍ବରୁ ନିର୍ମାଣ କରାଯାଇଥିବା ରାସ୍ତାରୁ ବାଲିସଫା କରା ନ ଯାଇ ତାହା ଉପରେ ପିଚୁକରାଯାଇଛି । ଗତ ସୋମବାର ଦିନ ରାସ୍ତାମରାମତି କରାଯାଇଥିଲେ ମଧ୍ୟ ପିଚୁ ପରସ୍ତପରସ୍ତ ହୋଇ ଉଠିଯାଉଥିବା ଦେଖିବାକୁମିଳିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେଅସନ୍ତୋଷ ପ୍ରକାଶ ପାଇଛି। ବିଭାଗୀୟଅଧିକାରୀଙ୍କ ସହିତ କୌଣସି ଯୋଗାଯୋଗହୋଇପାରି ନ ଥିବାବେଳେ ଜିଲ୍ଲାପାଳ ଏହିଘଟଣା ଉପରେ ଦୃଷ୍ଟି ଦେବାକୁ ଗ୍ରାମବାସୀଦାବି କରିଛନ୍ତି।ଧର୍ମଶାଳା ନିର୍ବାଚନ ମଣ୍ଡଳୀରେହେଉଥିବା ବିଭିନ୍ନ ପ୍ରକଳ୍ପ ନିର୍ମାଣ ଓମରାମତିରେ ବ୍ୟାପକ ଅନିୟମିତତାହେଉଥିବା ଦେଖିବାକୁ ମିଳୁଛି। ଗ୍ରାମ୍ୟନିର୍ମାଣ ବିଭାଜନ-୨ ଜାରକା କାର୍ଯ୍ୟାଳୟଅଧୀନ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାଅନ୍ତର୍ଗତ ନୀଳାଦେଇପୁର ଛକଠାରୁଚାନ୍ଦପୁର ପର୍ଯ୍ୟନ୍ତ ୨୫୦୦ କିମି ରାସ୍ତା୨୦୧୭ ଅକ୍ଟୋବର ମାସରେ ନିର୍ମାଣକରାଯାଇଥିଲା। ଏହାକୁ ରକ୍ଷଣାବେକ୍ଷଣପାଇଁ ନିର୍ମାଣ ଦିନଠାରୁ ପାଞ୍ଚବର୍ଷ ପର୍ଯ୍ୟନ୍ତ୮ ଲକ୍ଷ ୩୦ ହଜାର ଟଙ୍କା ବ୍ୟୟ ଅଟକଳକରାଯାଇଛି। କିନ୍ତୁ ନିର୍ମାଣ ଦିନଠାରୁଏହି ରାସ୍ତାରେ କୌଣସି ମରାମତି କାର୍ଯ୍ୟହୋଇ ନ ଥିବାବେଳେ ୭ ବର୍ଷ ପରେ ପୁନଃ ବାର ମରାମତି ହେଇ ଥିବା ଦେଖିବାକୁ ମିଳିଥିଲା |

ଯାଜପୁର ଧର୍ମଶାଳା ରୁ ଈଶ୍ୱର ଚନ୍ଦ୍ର ବାରିକ।

Leave a Reply

Your email address will not be published. Required fields are marked *