ବନାଖଣ୍ଡି ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ
)ପୁରୀ ଜିଲ୍ଲା ଗୋପ ବ୍ଲକ ବନାଖଣ୍ଡି ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହେଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଉନୟନ କାର୍ଯ୍ୟକ୍ରମକୁ ପଞ୍ଚାୟତ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚେଇବାର ମହାନ ଉଦ୍ଦେଶ୍ୟକୁ ପଞ୍ଚାୟତ ସ୍ତରରେ ଅନୁଷ୍ଠିତ କରାଯାଉଛି। ଜଗନ୍ନାଥ ସଂସ୍କୃତିର ସରଂକ୍ଷଣ, ଧାର୍ମିକ ସ୍ଥଳ ଗୁଡିକର ରୂପାନ୍ତରିକରଣ, ମହିଳା ସଶକ୍ତିକରଣ ଓ ଭିତ୍ତିଭୂମିର ବିକାଶ, ବ୍ୟାଙ୍କ ଭିତିଭୂମିର ବିକାଶ, ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ ଉପରେ ସଚେତନତା ସୃଷ୍ଟି କରାଯାଇଥିଲା। ଗୋପ ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲାପରିଷଦ ସଭ୍ୟା ପୁଷ୍ପା ସ୍ବାଇଁ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ମହିଳା ସଭାନେତ୍ରୀ ମିନାକ୍ଷୀ ପୃଷ୍ଠି, ସରପଞ୍ଚ ପ୍ରଜ୍ଞା ପାରମିତା ନାୟକ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ବିଷୟରେ ଉପସ୍ଥିତ ଜନ ସାଧାରଣ ମାନଙ୍କୁ ସଚେତନ କରିଥିଲେ। ଏହି ଶିବିରକୁ ସଫଳ ପରିଚାଳନରେ ଯୁବ ନେତା ବିଶ୍ୱଜିତ୍ ବିଶ୍ଵାଳ, ବାବନ ନାୟକ ପ୍ରମୁଖ ସହଯୋଗ କରିଥିଲେ।
