ସୋରିଷିଆପଦା ଆଶ୍ରମ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ
ସୋରିଷିଆପଦା ଆଶ୍ରମ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ସୋରିଷିଆପଦା ଆଶ୍ରମ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋଜ କୁମାର ମହାଳିକ ଙ୍କ ଅଧ୍ୟକ୍ଷତାରେ ଫେବୃଆରୀ ମାସ ଷୋହଳ ତାରିଖ ଶୁକ୍ରବାର ଦିନ ଅପରାହ୍ନ ରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଢେଙ୍କାନାଳ ର ଅଧ୍ୟକ୍ଷ ସୁରେନ୍ଦ୍ର ହେମ୍ବ୍ରମ, ମୁଖ୍ୟ ବକ୍ତା ରୂପେ ଗଁଦିଆ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ରୀନାରାଣୀ ଖଟୁଆ

ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ସୋରିଷିଆପଦା ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରଦୀପ କୁମାର ରାଉତ, ସମିତି ସଭ୍ୟା ଦଶମା କାଲୁଣ୍ଡିଆ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ହରିହର ସାହୁ, ସ୍ଥାନୀୟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୋପାଳ ଚନ୍ଦ୍ର ନାୟକ , ପରିଚାଳନା ପରିଷଦ ସଭାପତି ପ୍ରକାଶ ମହାନ୍ତ, ଗ୍ରାମ ପଞ୍ଚାୟତ ସଭ୍ୟା ଗୀତାଞ୍ଜଳି ପ୍ରଧାନ ମଞ୍ଚିସୀନ ହୋଇ ଉଦ୍ ବୋଧନ ଦେଇଥିଲେ। ବିଦ୍ୟାଳୟ ର ଶିକ୍ଷକ ନିରଞ୍ଜନ ନାୟକ ସଂଯୋଜନା କରିଥିବା ବେଳେ ଶିକ୍ଷକ ନବକିଶୋର ବାରିକ୍, ଦିନେଶ କୁମାର ନାୟକ, ଶିକ୍ଷୟିତ୍ରୀ ସୁମିତ୍ରା ବେହେରା ଙ୍କ ସହିତ ବିଦ୍ୟାଳୟ ର ଅଣ ଶୈକ୍ଷିକ କର୍ମଚାରୀ ମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ବିଦ୍ୟାଳୟ ର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା
