ଧରମ୍ ପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ରରେ ଜିଲ୍ଲା ସ୍ତରୀୟ କାୟାକଳ୍ପ ଟିମ୍

ତାଳଚେର ବ୍ଲକ ଅନ୍ତର୍ଗତ ଧରମପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ରରେ ଜିଲ୍ଲା ସ୍ତରୀୟ କାୟାକଳ୍ପ ଟିମ୍ ପରିଦର୍ଶନରେ ଆସିଥିଲେ ।ଆରୋଗ୍ୟ କେନ୍ଦ୍ରର ସ୍ୱଚ୍ଛତା, ପରିମଳ ସମ୍ବନ୍ଧୀୟ କାର୍ଯ୍ୟ ତଦାରଖ କରିଥିଲେ।ପାଳନ ହେଉଥିବା ସଂକ୍ରମଣ ନିୟନ୍ତ୍ରଣର ମାନକ ପ୍ରୋଟୋକଲ ଗୁଡିକୁ ଏହି ଟିମ ଆକଳନ କରିଥିଲେ। ଔଷଧ କେନ୍ଦ୍ର, ରକ୍ତ ନମୁନା କେନ୍ଦ୍ର, ଶୌଚାଳୟ, ଫୁଲ ବଗିଚା, ଯୋଗ କକ୍ଷ, ଔଷଧୀୟ ଉଦ୍ୟାନ ସମେତ ସ୍ଵାସ୍ଥ୍ୟ ଉପ କେନ୍ଦ୍ର ର ଚତୁଃପାର୍ଶ୍ଵ ବୁଲି ତଦାରଖ କରିଥିଲେ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରର ବର୍ଜ୍ୟବସ୍ତୁ ପରି ଚାଳନା ବିଷୟରେ ବୁଝିଥିଲେ।ଏହି ଜିଲ୍ଲା ସ୍ତରୀୟ ଟିମ ରେ ମୁଖ୍ୟ ଚିକିତ୍ସାଳୟର ମାଇକ୍ରୋ ବାୟୋଲୋଜିଷ୍ଟ୍ ଡ଼ଃ ସୁଶ୍ରୀ ଶାନ୍ତl ତ୍ରିପାଠୀ, ଆସିଷ୍ଟାଣ୍ଟ ଇଞ୍ଜିନିୟର ସୁନିଲ କୁମାର ଦେହୁରୀ ସାମିଲ ଥିଲେ।ଏହି ଆକଳନରେ କଙ୍କିଲୀ ଗୋଷ୍ଠୀ ଆରୋଗ୍ୟ କେନ୍ଦ୍ର ର ଡାକ୍ତର ଟୁନା ସାହୁ, ଧରମପୁର ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀ ଜୀବନ ଜ୍ୟୋତ୍ସ୍ନା ଜେନା,ସ୍ଵାସ୍ଥ୍ୟ କର୍ମୀ କବିତା ବେହେରା, ପୁରୁଷ ସ୍ବାସ୍ଥ୍ୟ କର୍ମୀ ମାନସ ରଞ୍ଜନ ସାହୁ,ଆଶା କର୍ମୀ , ସୂଚନାଯୋଗ୍ୟ ଯେ ଏଇ ନିକଟରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟର ଜନସ୍ୱାସ୍ଥ୍ୟ ସୁବିଧାଗୁଡ଼ିକର ସଠିକ ଆକଳନରେ ଉତ୍ତୀର୍ଣ୍ଣ ହେଇ ଧରମପୁର ଆରୋଗ୍ୟ କେନ୍ଦ୍ର ସରକାରଙ୍କ ତରଫରୁ ଜାତିୟ ଗୁଣବତ୍ତା ନିଶ୍ଚିତତା ମାନଙ୍କ ପ୍ରମାଣ ପତ୍ର ପାଇବାର କୃତିତ୍ୱ ଅର୍ଜନ କରିଛି।

Leave a Reply

Your email address will not be published. Required fields are marked *