ନିମାପଡ଼ାରେ କ୍ଷୁଦ୍ର ବ୍ୟବସାୟୀ ଓ ପେପର ହକର ମାନଙ୍କୁ ସହଯୋଗର ହାତ ବଢ଼ାଇ ଚର୍ଚ୍ଚାରେ ସମାଜସେବୀ

ନିମାପଡ଼ା ଅଞ୍ଚଳ ରେ ବିଭିନ୍ନ ସମୟରେ ସାହାଯ୍ୟ ସହଯୋଗର ହାତ ବଢ଼ାଇ ସମଗ୍ର ନିର୍ବାଚନ ମଣ୍ଡଳୀରେ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ସମାଜସେବୀ ଜିତୁ ମହାନ୍ତି ଆଜି ଆଉ ଏକ ପାଦ ଆଗକୁ ଯାଇ ନିଆରା ଢଙ୍ଗରେ ଗ୍ରାମାଞ୍ଚଳ ରେ କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ଏବଂ ଖବରକାଗଜ ବଣ୍ଟନ କରୁଥିବା ହକରମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅଧିନସ୍ତ ଭାଣପୁର ଠାରେ ଥିବା ଏକ ମଣ୍ଡପରେ ଉକ୍ତ ବଣ୍ଟନ କାର୍ଯ୍ୟ ହୋଇଥିଲା ଏଥିରେ ଶତାଧିକ ବ୍ୟକ୍ତି ବିଶେଷ ଉପକୃତ ହୋଇଛନ୍ତି l ହାଟରେ ବସି ପରିବା ବିକ୍ରୟ କରୁଥିବା କ୍ଷୁଦ୍ର ବ୍ୟବସାୟୀ ତଥା ଚାଷୀମାନଙ୍କୁ କମ୍ପୁଟର ଓଜନ ଯନ୍ତ୍ର ପ୍ରଦାନ କରିଥିଲେ । କାରଣ ଅନେକ ସମୟରେ ଏହି ପୁରୁଣା ଦଣ୍ଡିସାଜକୁ ନେଇ ଗ୍ରାହକ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ପାଟିତୁଣ୍ଡ ଝଗଡା ହେଉଥିବାର ଦେଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ସମାଜସେବୀ ଜିତୁ ମହାନ୍ତି ଶତାଧିକ ଚାଷୀ, କ୍ଷୁଦ୍ର ବ୍ୟବସାୟିଙ୍କୁ କମ୍ପ୍ୟୁଟର ଯୁକ୍ତ ଓଜନ ମାପ ଦଣ୍ଡି ପ୍ରଦାନ କରିଥିଲେ। ସେହିଭଳି ଖରା ବର୍ଷାରେ ଅବିଛିନ୍ନ ସେବା ଯୋଗାଇ ଦେଉଥିବା ଖବରକାଗଜ ହକର ଭାଇ ମାନେ ଖବରକାଗଜ ବଣ୍ଟନ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖା ଯାଇଛି। କିଏ ଚାଲି ଚାଲି କାଗଜ ବାଣ୍ଟୁଛି ତ ଆଉ କିଏ ପୁରୁଣା ଭଙ୍ଗା ସାଇକେଲରେ ଶହ ଶହ କାଗଜ ଲଦି ବିଭିନ୍ନ ଗାଁ, ସହର ବାଣ୍ଟିବାକୁ ନାକେଦମ ହେଉଛି। ଏହାକୁ ମଧ୍ୟ ଦୃଷ୍ଟିରେ ରଖି ନିମାପଡ଼ା ଅଞ୍ଚଳର ପ୍ରାୟ ଏକାଧିକ ହକର ମାନଙ୍କୁ ନୂଆ ସାଇକେଲ ପ୍ରଦାନ କରିଥଲେ

Leave a Reply

Your email address will not be published. Required fields are marked *