ମାଲ ବାହୀ ଟ୍ରକ ଚକା ତଳେ ପଡ଼ି ଏନଏସି ସଫେଇ କର୍ମଚାରୀ ଙ୍କ ମୃତ୍ୟୁ
ମାଲ ବାହୀ ଟ୍ରକ ଚକା ତଳେ ପଡ଼ି ଏନଏସି ସଫେଇ କର୍ମଚାରୀ ଙ୍କ ମୃତ୍ୟୁ Iଜି.ଉଦୟଗିରି,ତା-15-02-2024. ଜି. ଉଦୟଗିରି ଭଞ୍ଜ ମାର୍କେଟ ସମୁ ଖରେ ଏକ ମାଲ ବାହୀ ଟ୍ରକ ନମ୍ବରOR-07-L-7218 ର ବାମ କଡ଼ ପଛ ଚକା ତଳେ ପଡ଼ି ଏନଏସି ରେ ଜଣେ କାର୍ଯ୍ୟରତ ସଫେଇ କର୍ମଚାରୀ ଶରତ ଚନ୍ଦ୍ର ନାୟକ ନାମକ ଯୁବକଙ୍କ ମୃତ୍ୟୁ ଘଟିଛି I ଘଟଣା ପ୍ରକାରେ ବ୍ରହ୍ମପୁର ଠାରୁ ବାଲିଗୁଡା ଅଭିମୁଖେ ଯାଉଥିବା ସିମାଞ୍ଚଳ ଟ୍ରାନ୍ସପୋର୍ଟ ନାମକ ଏକ ମାଲବାହୀ ଟ୍ରକ ଯାଉଥିଲା I ହଠାଥ ବାମ ପାଖରୁ ଜୋର ଶବ୍ଦ ହେବାରୁ ଡ୍ରାଇଭର ତଳକୁ ଓଲ୍ହାଇ ଶରତଙ୍କ ଅବସ୍ଥା ଦେଖି ବଞ୍ଚେଇ ବାକୁ ଚେଷ୍ଟା କରିଥିଲେ Iଘଟଣା ସ୍ଥଳକୁ 108 ଆମ୍ବୁଲାନ୍ସ ପହଞ୍ଚି ଶରତ ଚନ୍ଦ୍ର ନାୟକ ଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆ ଯାଇଛି I ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି I ଦୁର୍ଘଟଣା ସ୍ଥଳରେ ପରିବାର ଲୋକ ଏବଂ ଶଙ୍ଖ ସାହି ବାସିନ୍ଦା ପହଞ୍ଚି ରାସ୍ତା ରୋକ କରି କ୍ଷତିପୂରଣ ଦାବୀ ନେଇ ଆନ୍ଦୋଳନ କରିଛନ୍ତିI ଆନ୍ଦୋଳନ ଏବଂ କୌଣସି ଅଘଟଣ କୁ ଦୃଷ୍ଟିରେ ଘଟଣା ସ୍ଥଳରେ ଜି ଉଦୟଗିରି sdpo, ଥାନା ଅଧିକାରୀ ଭଗବାନ୍ ପୂଜାରୀ , ଏସଆଇ ଅନନ୍ତ କୁମାର ପ୍ରଧାନ ଏବଂ ପୁଲିସ ବାହିନୀ ଦୁର୍ଘଟଣା ସ୍ଥଳରେ ସଜାଗ ରହିଛି I
