ଉତ୍କେଲା ଗ୍ରାମ ପଞ୍ଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ଉତ୍କେଲା ଗ୍ରାମ ପଞ୍ଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ।କେସିଙ୍ଗା ୧୮/୨ଗତ ମାସ ୨୯ ତାରିଖ ରୁ କେସିଙ୍ଗା ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ଆରମ୍ଭ ହୋଇ ଥିବା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ତାର ଶେଷ ପର୍ଯ୍ୟାୟ ଆଡ଼କୁ ଗତି କରୁଛି ।ଆଜି ତା ୧୮/୦୨/୨୪ ରିଖ ବ୍ଲକ ର ଉତ୍କେଲା ପଞ୍ଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ରଥ ମାଧ୍ୟମ ରେ ସରକାର ଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକୁ ଲୋକଙ୍କୁ ଦେଖାଉଥିବା ବେଳେ ଲୋକଙ୍କୁ ସଚେତନ କରାଇବା ସହ ଗ୍ରାମାଞ୍ଚଳ ବିକାଶ ର ବାର୍ତ୍ତା ବାଖାଣୁଚି ଏହି କାର୍ଯ୍ୟକ୍ରମ । ଉତ୍କେଲା ପଞ୍ଚାୟତ ରେ ମହା ଆଡ଼ମ୍ବରରେ ରେ ପାଳିତ ହେଇଯାଇଚି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ।ରବିବାର ଦିନ ସଚେତନ ରଥ ଉତ୍କେଳା ପହଞ୍ଚିଲା ପରେ ପଞ୍ଚାୟତ ବାସି ଙ୍କ ତରଫ ରୁ ବ୍ୟାପକ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା । ନିଜ ଗାଆଁ ରେ ହୋଇଥିବା ବିକାଶ ର ପ୍ରତିଛବି କୁ ଅତିଥି ମାନଙ୍କ ପାଟିରୁ ଶୁଣିଥିଲେ ପଞ୍ଚାୟତ ବାସି ।ଅତିଥି ମାନେ ବଖାଣି ଥିଲେ ସରକାରଙ୍କ ବିକାଶ ର ଲମ୍ବା ତାଲିକା ର ରୂପରେଖ ବିଦ୍ୟାଳୟ ରୂପାନ୍ତିକରଣ,ବିଜୁ ସ୍ଵାସ୍ଥ୍ୟ କାର୍ଡ ,ଲକ୍ଷ୍ମୀ ବସ ସେବା ,ବସୁଧା ଯୋଜନା ସହିତ ରାଜ୍ଯ ସରକାର ଙ୍କ ଯୁଗାନ୍ତକାରୀ ପଦକ୍ଷେପ ବିଷୟରେ।ଉତ୍କେଲା ସରପଞ୍ଚ ନରେନ୍ଦ୍ର ମାଝୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ ଜିଲ୍ଲା ବିଜେଡି ସଭା ନେତ୍ରୀ ଲଳିତା ନାଏକ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଯୋଗ ଦେଇ ଥିବା ବେଳେ କେସିଙ୍ଗା ବିଡ଼ିଓ ପଦ୍ମନାଭ ପୁରୋହିତ, ଏ ବିଡ଼ିଓ ସିଦ୍ଧିଶ୍ୱର୍ ମେହେର,ଡି ଜିପିଓ ଲମ୍ବୋଦର ଶିଖା,ଉତ୍କେଳା ବିକାଶ ମଞ୍ଚ ର ସଭାପତି ଅନିରୁଦ୍ଧ ସାହୁ,ସମିତି ସଭ୍ୟ ତ୍ରିନାଥ ମାଝୀ,ଜିଲ୍ଲା ପରିଷଦ ସୁନୀତା ଶବର ପ୍ରମୁଖ ମଞ୍ଚାଷିନ ଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଗିରିଜା ବେହେରା ।ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ ଗୁଡ଼ିକ ଖୋଲାଯାଇ ନିଜ ନିଜର ବିଭାଗର ଯୋଜନା ସମ୍ପର୍କରେ ଜନସାଧାରଣ ଙ୍କୁ ଅବଗତ କରାଇବା ସହ ସଚେତନ କରାଯାଇଥିଲା।ଶେଷରେ ବିଭିନ୍ନ ଗ୍ରାମାଞ୍ଚଳ ର ଲୁକ୍କାୟିତ କଳାକାର ଓ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଅତିଥି ତଥା ଜନସାଧାରଣ ଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା।

Leave a Reply

Your email address will not be published. Required fields are marked *