ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଓଡ଼ିଆ ଭାଷାର ଅତୀତ ଓ ଭବିଷ୍ୟତ ଶୀର୍ଷକ ପାଠଚ଼କ୍ର ଓ ଉଦଯାପନ ଉତ୍ସବ

ଓଡ଼ିଆ ଭାଷାର ମହତ୍ବ ବଜାୟ ରଖିବା ପାଇଁ ଓଡ଼ିଶା ସରକାରଙ୍କ ଅଭିନବ ପ୍ରଚେଷ୍ଟାକୁ ସଫଳ ରୂପାୟନ କରିବା ପାଇଁ ଆସିକା ବିଜ୍ଞାନ ମହାହିଦ୍ୟାଳୟ ଠାରେ ‘ଓଡ଼ିଆ ଭାଷାର ଅତୀତ ଓ ଭବିଷ୍ୟତ’ ପାଠଚ଼କ୍ର ଏକ ବର୍ଣ୍ଣାଢ୍ୟ ପରିବେଶରେ ହୋଇଯାଇଛି। ମଞ୍ଚାସୀନ ଅତିଥିଙ୍କ ମଧ୍ୟରେ ସ୍ବ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀ, ମୁଖ୍ୟ ଅତିଥି ରୂପେ ସ୍ବ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅବସର ପ୍ରାପ୍ତ ପ୍ରଫେସର କୈଳାସ ଚନ୍ଦ୍ର ସ୍ବାଇଁ ଏବଂ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ଗବେଷକ ଡ. ବାଇମନ ଚ଼ର୍ଚ୍ଚି, ସ୍ବ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅବସର ପ୍ରାପ୍ତ ପ୍ରଫେସର ପ୍ରସନ୍ନ କୁମାର ପ୍ରଧାନ ସମ୍ମାନିତ ଅତିଥି ରୂପେ ତଥା ଓଡ଼ିଆ ବିଭାଗ ମୁଖ୍ୟା ତଥା ସଂଯୋଜିକା ଏବଂ ଯୁକ୍ତ ଦୁଇ ନୂଆ-ଓ ନୋଡାଲ ଅଫିସର ଡ. ସ୍ମିତାରାଣୀ ପଣ୍ଡା ଉପସ୍ଥିତ ଥିଲେ। ଅତିଥି ପରିଚ଼ୟ ଅଧ୍ୟାପିକା ଡ. ସସ୍ମିତା ପାତ୍ର ପ୍ରଦାନ କରିଥିଲେ। ମଞ୍ଚାସୀନ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ସହ ସମ୍ମାନିତ କରାଯାଇଥିଲା। ବେଦ ଗବୈୟା ଧନଞ୍ଜୟ ମହାପାତ୍ରଙ୍କ ଦେବ ମନ୍ତ୍ର ଧ୍ବନିରେ ଅତିଥିଙ୍କ ଦ୍ବାରା ଦେବ ବିଗ୍ରହଙ୍କ ପଦାରବିନ୍ଦରେ ପୁଷ୍ପମାଲ୍ୟାର୍ପଣ ତଥା ପ୍ରଦୀପ ପ୍ରଜ୍ଜ୍ବଳନ କରାଯାଇଥିଲା। ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ପରିବେଷଣ କରାଯାଇଥିଲା। ମୁଖ୍ୟବକ୍ତା ଡ. ଚର୍ଚ୍ଚି ଓଡ଼ିଆ ଭାଷାର ଅତୀତର ସଂପୂର୍ଣ୍ଣ ଇତିହାସର ସିଂହାବଲୋକନ କରିଥିଲେ। ଓଡ଼ିଆ ମାଟିର ବରପୁତ୍ର ବାରିିଷ୍ଟର ମଧୁସୁଦନ ଦାଶ, ଉତ୍କଳମଣି ଗୋପବନ୍ଧୁ ଦାଶ, ପାରଳା ମହାରାଜା କୃଷ୍ଣ ଚ଼ନ୍ଦ୍ର ଗଜପତି ନାରାୟଣ ସିଂହ ଦେବ, ଗଂଜାମର ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜ, ଓଡ଼ିଶାର ପଞ୍ଚ ଶଖାଙ୍କ ମହାନ ଅବଦାନକୁ ସ୍ମରଣ କରିଥିଲେ। ସାରଳା ଦାଶଙ୍କ ଓଡ଼ିଆ ମହାଭାରତ ଓଡ଼ିଆ ଭାଷାର ଗର୍ବ ଓ ଗୌରବ ବୋଲି ମୁଖ୍ୟ ଅତିଥି କହିଥିଲେ। ବଙ୍ଗାଳୀମାନଙ୍କ ଓଡ଼ିଆ ଭାଷା ପ୍ରତି ବୈମନଷ୍ୟଭାବକୁ ପ୍ରତିପାଦନ କରିଥିଲେ। ଓଡ଼ିଆ ଭାଷା ଭିତ୍ତିକ ସୂତ୍ରରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ରୂପେ ୧ ଅପ୍ରିଲ ୧୯୩୬ ମସିହାରେ ଗଠନ ହୋଇଥିଲା ବୋଲି ଅଧ୍ୟକ୍ଷ ଡ. ତ୍ରିପାଠୀ ମତବ୍ୟକ୍ତ କରିଥିଲେ। ଅନେକ ଭାଷାକୁ ପଛରେ ପକାଇ ଓଡ଼ିଆ ଭାଷା ଭାରତ ବର୍ଷରେ ଶାସ୍ତ୍ରୀୟ ଭାଷାରୂପେ ମାନ୍ୟତା ପ୍ରାପ୍ତ କରିଛି ବୋଲି କହିଥିଲେ।

ଭାଷାର ଅସ୍ତିତ୍ବ ତାହାର ବ୍ୟବହାର ଏବଂ ଆଗ୍ରହ ଉପରେ ନିର୍ଭର କରେ ବୋଲି ମଧ୍ୟ କହିଥିଲେ। ମୁଖ୍ୟ ଅତିଥି ଗଂଜାମ ମାଟିର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ ଏବଂ ହାସ୍ୟ କବି ଯଦୁମଣିଙ୍କ ଓଡ଼ିଆ ଭାଷାର ମହତ୍ବ ପ୍ରତିପାଦନ କରିଥିଲେ। ସଂଯୋଜିକା ଡ. ପଣ୍ଡା ପାଠଚକ୍ରର ଉଦ୍ଦେଶ୍ୟ ପ୍ରତିପାଦନ ତଥା ସଂଯୋଜନା କରିଥିଲେ। ସଂଞ୍ଚିତ ଭାଷା କୋଷର ନାମ ହିଁ ଜ୍ଞାନ। ଜ୍ଞାନ ଯେଉଁ ଭାଷାରୁ ମଧ୍ୟ ପ୍ରାପ୍ତ ହେଉନା କାହିଁକି ତାହା ଗ୍ରହଣ କରିବା ଶ୍ରେୟସ୍କର ଅଟେ, କିନ୍ତୁ ଆମେ ଯେତେ ଭାଷା ଶିଖିଲେ ମଧ୍ୟ ମାତୃଭାଷା ହିଁ ସମସ୍ତ ଭାବ ପ୍ରକାଶର ପ୍ରକୃତ ମାଧ୍ୟମ ହୋଇଥାଏ। ପୁରୀ ଜିଲ୍ଲା ସତ୍ୟବାଦୀ ଠାରେ ୯ ଏକର ସରହଦ କ୍ଷେତ୍ରରେ ଯେଉଁ ଓଡ଼ିଆ ବିଶ୍ବ ବିଦ୍ୟାଳୟ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନବ ନିର୍ମାଣ କରିଛନ୍ତି ତାହା ଓଡ଼ିଆ ଭାଷା ସାହିତ୍ୟର ଭବିଷ୍ୟତ ପାଇଁ ଅବିସ୍ମରଣୀୟ ହୋଇ ରହିବ ବୋଲି ଅଧ୍ୟକ୍ଷ ନିଜ ବ୍ୟକ୍ତବ୍ୟ ରଖିଥିଲେ। ସହ ପ୍ରଶାସନିକ ଅଧିକାରୀ ଡ. ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ, ଅଧ୍ୟାପକ ରାଜେଶ୍ କୁମାର ସାହୁ, ପ୍ରିୟବ୍ରତ ପ୍ରଧାନ, ଅଧ୍ୟାପିକା ରଶ୍ମି ପ୍ରିୟା କାଲୋ, କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ସହଯୋଗ କରିଥିଲେ। ବିଗତ ଦିନର କବିତା ଆବୃତି ପାଠୋତ୍ସବର କବିତା ଆବୃତିର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଉକ୍ତ ଅବସରରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ଏବଂ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଓଡ଼ିଆ ଅଧ୍ୟାପକ ଡ. ଅଜିତ୍ କୁମାର ମୁନି ଓଡ଼ିଆ ଭାଷାର ମହନୀୟତା ପ୍ରତିପାଦନ କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *