ରମ୍ପାସ ଗାଁରେ ନୂତନ ପ୍ରକଳ୍ପର ଶୁଭ ଉଦଘାଟନ ଉତ୍ସବରେ ଯୋଗଦେଲେ ସାଂସଦ
ବ୍ୟାସନଗର ୱାର୍ଡ ନମ୍ବର ୫ ସ୍ଥିତ ରମ୍ପାସ ଗାଁରେ ପୌର ପ୍ରଶାସନ ପକ୍ଷରୁ ଆୟୋଜିତ ନୂତନ ପ୍ରକଳ୍ପ ଉଦଘାଟନ ଉତ୍ସବରେ ଯୋଗଦେଲେ ସାଂସଦ l ୱାର୍ଡ ନମ୍ବର ୫ ସ୍ଥିତ ରମ୍ପାସ ଗାଁରେ କଲ୍ୟାଣ ମଣ୍ଡପ ଗୃହ ଓ ଅଷ୍ଟପ୍ରହରୀ ମଣ୍ଡପ ନିର୍ମାଣ ପାଇଁ ଅନେକ ଦିନ ହେବ ଗ୍ରାମବାସୀ ମାନେ ସାଂସଦ ଓ ବିଧାୟକଙ୍କ ନିକଟରେ ଦାବି ଆସୁଥିଲେ l ଏହି ଦାବିକୁ ଦୃଷ୍ଟିରେ ରଖି ସାଂସଦଙ୍କ ପାଣ୍ଠିରୁ ଅର୍ଥ ବ୍ୟୟ ବରାଦ କରାଯାଇଥିଲା l ଆଜି ଏହି ୱାର୍ଡର କାଉନସିଲର ସଭ୍ୟା ମୋନାଲିସା ସାହୁଙ୍କ ନେତୃତ୍ୱରେ ଏହି ପ୍ରକଳ୍ପ କାର୍ଯ୍ୟର ଉଦଘାଟନ ଉତ୍ସବ ଅନୁଷ୍ଠିତ ହେଇଯାଇଛି l ଏହି ଉତ୍ସବରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠି ଓ ବିଧାୟକ ଅଶୋକ କୁମାର ବଳ ଅତିଥିଭାବେ ଯୋଗଦେଇ ଏହି ନୂତନ ପ୍ରକଳ୍ପ ଗୁଡିକୁ ଉଦଘାଟନ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ପୌର ପରିଷଦ କାଉନସିଲର ମାନେ ଯୋଗଦେଇ ରାଜ୍ୟ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ ମାନେ ଉପସ୍ଥିତ ରହି ସାଂସଦ ଶ୍ରୀମତୀ ସେଠି ଓ ବିଧାୟକ ଶ୍ରୀ ବଳଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ଆଣି ଥିଲେ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ reporter
