ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ “ବୁଥ୍ ଚାଲ ଅଭିଯାନ

ବ୍ରହ୍ମପୁର, ୧୮/୨ : ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ “ବୁଥ୍ ଚାଲ ଅଭିଯାନ ସହ ମୋଦି ଗ୍ୟାରେଣ୍ଟି ପଦଯାତ୍ରା” ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତିଙ୍କ ନେତୃତ୍ବରେ ସ୍ଥାନୀୟ ଆସ୍କାରୋଡ଼ ମଣ୍ଡଳ ୱାର୍ଡ଼ ନଂ ୧ ଅନ୍ତର୍ଗତ ଉତ୍ତର ମୁଖି ମନ୍ଦିର ଠାରୁ ଆରମ୍ଭ ହୋଇଯାଇଛି । ଏହି ଅଭିଯାନରେ ଆସ୍କା ରୋଡ଼ ମଣ୍ଡଳର ୨୦ଟି ବୁଥ୍ ର ସଭାପତି ମାନଙ୍କ ସହ ଘରକୁ ଘର ସମ୍ପର୍କ ସ୍ଥାପନ କରି ମୋଦି ଗ୍ୟାରେଣ୍ଟି ପତ୍ରିକା ବଣ୍ଟନ କରାଯାଇଥିଲା । ଏହି ମୋଦି ଗ୍ୟାରେଣ୍ଟି ପଦଯାତ୍ରାକୁ ସାଧାରଣ ଜନତାଙ୍କ ସ୍ୱତଃପବୃତ ଭାବେ ସମର୍ଥନ ଦଳୀୟ କାର୍ଯ୍ୟକର୍ତ୍ତା ମଧ୍ୟରେ ଉତ୍ସାହ ଭରିଦେଇଛି । ବ୍ରହ୍ମପୁରର ଜନପ୍ରତିନିଧି ମାନେ ବହୁ ବର୍ଷ ହେଲା ବାରମ୍ବାର ଲୋକଙ୍କ ସମସ୍ୟାକୁ ଉପେକ୍ଷା କରିବା ସହ ବ୍ରହ୍ମପୁରକୁ ବିକାଶଉନ୍ମଖୀ କରେଇବାରେ ଅସଫଳ ହେଇଛନ୍ତି । ମୋଦିଙ୍କ ଯୋଜନାକୁ ରାଜ୍ୟ ସରକାର ହଡ଼ପ କରିବା ସହ ସରକାରୀ ଦଳ ରାଜନୈତିକ ତୃଷ୍ଟିକରଣ କରିବାରେ ବ୍ୟସ୍ତ । ଯାହା ଫଳରେ କି ଜନସାଧାରଣ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଣୁ ସ୍ୱତଃପବୃତ ଭାବେ ଜନସାଧାରଣ ବ୍ରହ୍ମପୁର ବିଧାନସଭାରେ ପରିବର୍ତ୍ତନ ଦରକାର ବୋଲି କହୁଥିବା ଆଜି ଦେଖିବାକୁ ମିଳିଥିଲା । ଏହି ଅଭିଯାନ ଉତ୍ତର ମୁଖି ମନ୍ଦିର ଠାରୁ ଆରମ୍ଭ ହୋଇ ୧ ନଂ ୱାର୍ଡ଼ର ପାଞ୍ଚଟି ବୁଥ୍, ୨ ନଂ ୱାର୍ଡ଼ର ତିନୋଟି ବୁଥ୍,୩ ନଂ ୱାର୍ଡ଼ର ପାଞ୍ଚଟି ବୁଥ୍, ୪ ନଂ ୱାର୍ଡ଼ର ତିନୋଟି ବୁଥ୍, ୬ ନଂ ୱାର୍ଡ଼ର ଚାରୋଟି ବୁଥ୍ ର ସଭାପତି ମାନେ ଏହି ମୋଦି ଗ୍ୟାରେଣ୍ଟି ପଦଯାତ୍ରାରେ ଯୋଗ ଦେଇ “କାନ୍ଥ ଲିଖନ” ସହ ବିଭିନ୍ନ ଛକରେ “ଚାୟ ପେ ଚର୍ଚ୍ଚା” କାର୍ଯ୍ୟକ୍ରମରେ ସାମିଲ୍ ହେଇଥିଲେ । ଆଜିର ଏହି ମୋଦି ଗ୍ୟାରେଣ୍ଟି ପଦଯାତ୍ରାରେ ବିଜେପି ଆସ୍କା ରୋଡ଼ ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ,ଏନ୍.ଏରେୟା, କମଲ୍ ପାତ୍ର,ସାଗର ମୁଖୀ,ମହେଶ ତ୍ରିପାଠୀ,ଅନୁପ ପଣ୍ଡା,ମନୋଜ ମହାରଣା,ଶକ୍ତି ପଟ୍ଟନାୟକ,ରବି ନାରାୟଣ ବେହେରା,ରାକେଶ ସାବତ,ମହେନ୍ଦ୍ର ସାହୁ,ସିଦ୍ଧାର୍ଥ ତ୍ରିପାଠୀ,ଟୁନା ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ବରିଷ୍ଠ ନେତା ସୁନିଲ କୁମାର ସାହୁ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ଗୋପିନାଥ ପଣ୍ଡା,କେ.ଟୁଙ୍ଗୁରୁ ପାତ୍ର,ପ୍ରଫୁଲ୍ଲ ପାଣିଗ୍ରାହୀ,ସରୋଜ ପାତ୍ର,ଧର୍ମରାଜ ପାଣିଗ୍ରାହୀ,କୃଷ୍ଣ ଚନ୍ଦ୍ର ଚୌଧୁରୀ,ସୁବ୍ରତ ପାଳ,ସୁମନ ଶତପଥି,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ କେ.ରବି ରାଓ,ଦେବୁନ୍ ପଟ୍ଟନାୟକ,ୟୁ.ରାଜା ରାଓ,ରଜତ ପାତ୍ର,ଏସ୍.ଶ୍ରୀନିବାସ ପ୍ରମୁଖଙ୍କ ସମେତ ବହୁ ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତା ଏହି “ବୁଥ୍ ଚାଲ ଅଭିଯାନ ସହ ମୋଦି ଗ୍ୟାରେଣ୍ଟି ପଦଯାତ୍ରାରେ” ସାମିଲ୍ ହେଇଥିଲେ । ,

Leave a Reply

Your email address will not be published. Required fields are marked *