ପ୍ରଧାନ ଶିକ୍ଷକଙ୍କ ରାଜକୀୟ ଠାଣିପିଲା ବସିଲେ ଗେଟ୍ ବାହାରେ

ପ୍ରଧାନ ଶିକ୍ଷକଙ୍କ ରାଜକୀୟ ଠାଣିପିଲା ବସିଲେ ଗେଟ୍ ବାହାରେସୋରଡ଼ା:ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ଗ୍ରାମର ଥିବା ସରକାରୀ ବିଦ୍ୟାଳୟରେ ଚାଲିଛି ପ୍ରଧାନ ଶିକ୍ଷକଙ୍କ ରାଜକୀୟ ଢଙ୍ଗରେ ସ୍କୁଲ ଆସିବାରେ ଗ୍ରାମବାସୀ ଙ୍କ ତାତି ପିଲା ଏ ବସିଲେ ସ୍କୁଲ ଗେଟ ବାହାରେ ରାତି ପାହିଲେ ଦଶମ ପରୀକ୍ଷା ଜୋରଦାର ପ୍ରସ୍ତୁତିରେ ଛାତ୍ରଛାତ୍ରୀ କିନ୍ତୁ ଏପଟେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ସୋରଡ଼ା ବ୍ଲକ ଅନ୍ତର୍ଗତ ପଦ୍ମପୁର ଉଚ୍ଚ ବିଦ୍ୟାଳୟରେ । ସମୟ ଦିନ ୧୦ ଟା ପରେ ବି ଫାଟକରୁ ଖୋଲୁନି ତାଲା । । ପ୍ରଧାନ ଶିକ୍ଷକ ଜଗଦୀଶ ପାତ୍ର ନିଜର ହାକିମ ଠାଣିରେ ମନ ଯେତେବେଳେ ହେବ ସେତେବେଳେ ଆସି ବିଦ୍ୟାଳୟ ଫାଟକ ଖୋଲୁଥିଲେ । ଯେତେବେଳେ ବିଦ୍ୟାଳୟ ଫାଟକ ନ ଖୋଲିବା ନେଇ ଗ୍ରାମବାସୀ ଅତିଷ୍ଠ ହୋଇ ପିଲାଙ୍କ ସହ ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ବସିଲେ ଖବର ପାଇ ପ୍ରଧାନ ଶିକ୍ଷକ ସହକାରୀ ଶିକ୍ଷକ ସାଗର ସାହୁ ଙ୍କୁ ବିଦ୍ୟାଳୟ ଫାଟକ ଖୋଲିବାକୁ କହିଥିଲେ କିନ୍ତୁ ଗ୍ରାମ ବାସି ପ୍ରଧାନ ଶିକ୍ଷକ ଆସି ଫାଟକ ଖୋଲିବେ ବୋଲି ହିଁ ଜିଦ୍ କରି ବସିଥିଲେ । କାରଣ ଏହି ସମସ୍ୟା ଦିନେ କି ଦୁଇ ଦିନର ନୁହଁ ବରଂ ଦୀର୍ଘ ବର୍ଷେ ହେବ ଏହିଭଳି ହାକିମ ଠାଣି ରେ ଆସି ବିଦ୍ୟାଳୟ ଫାଟକ ଖୋଲୁଛନ୍ତି ଯାହାଫଳରେ ବିଦ୍ୟାଳୟ ପରିସରରେ ଅନିୟମିତତା ଦେଖାଯିବା ସହ ପିଲାଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ସେ ପୁଣି ୫ଟି ବିଦ୍ୟାଳୟରେ ରୁପାନ୍ତିକରଣ ହେବା ସତ୍ବେ । ବିଦ୍ୟାଳୟରେ ପିଅନ ଟିଏ ବି ନାହାନ୍ତି କି ପ୍ରଧାନ ଶିକ୍ଷକ ଏହି ଦାଇତ୍ୱ ମଧ୍ୟ ସହକାରୀ ଶିକ୍ଷକ ଙ୍କୁ ଦେଇ ତୁଲାଉ ନାହାନ୍ତି ।ପୁଣି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହାକିମ ଠାଣି ରେ ମାନମାନି ଚଳାଇଛନ୍ତି ।ଏସବୁ ଭିତରେ ବି. ଇ. ଓ ଏକ ମିଟିଂ କାମରେ ବ୍ରହ୍ମପୁର ଯାଇଥିବା ଯୋଗୁଁ ସିଆରସିସି ଙ୍କୁ ପଠାଇଥିଲେ । ଗ୍ରାମବାସୀ ଙ୍କ ସହ ଆଲୋଚନା ହେବା ପରେ ଅପରାହ୍ନ ୨ ଘଣ୍ଟ ସମୟରେ ବିଦ୍ୟାଳୟ ଫାଟକ ଖୋଲାଯାଇଥିଲା ମଧ୍ୟାହ୍ନ ଭୋଜନ ଅପରାହ୍ନ ୪ ଟାରେ ପିଲାଙ୍କୁ ଦିଆଯାଇଥିଲା। ଏହା ୫ ଟି ବିଦ୍ୟାଳୟରେ ଘଟିଛି । ଏହା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଯେହେତୁ ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଛାତ୍ରଛାତ୍ରୀଙ୍କ ବର୍ଷ ସାରା ପରିଶ୍ରମର ଦଶମ ପରୀକ୍ଷା । ଏହାପୂର୍ବରୁ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ବି ନିୟମିତ ଆସିବା ନେଇ ଉକ୍ତ ପ୍ରଧାନଶିକ୍ଷକ ଜଗଦୀଶ ପାତ୍ରଙ୍କୁ ତାଗିଦ୍ କରାଯାଇଥିଲେ ବି ଜେସା କୁ ତେସା ଭାବେ ସେ ଅପରିବର୍ତ୍ତିତ । ଏପଟେ ଅନ୍ୟ ଶିକ୍ଷକଗଣ ବି ପ୍ରାୟ ସମୟରେ ବିନା ସ୍କୁଲ ଶିକ୍ଷକ ଡ୍ରେସ୍ କୋଡରେ ଆସୁଥିବାର ଅଭିଯୋଗ ହୋଇଛି । ଯଦି ଶିକ୍ଷକତା କରିବା ପାଇଁ ଇଚ୍ଛା ନାହିଁ ତାହେଲେ ସରକାରଙ୍କ ଠାରୁ ଦରମା ପାଇ ଏହି ହାକିମ ଠାଣି ଦେଖାଇବା ବନ୍ଦ କରି ଚାକିରି ଛାଡ଼ି ଘରେ ରୁହନ୍ତୁ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।ଏପଟେ ଏକ କମିଟି ଗଠନ କରି ଏହାର ତଦନ୍ତ କରାଯିବ ବୋଲି ବିଇଓ କହିଥିବା ବେଳେ ପ୍ରଧାନ ଶିକ୍ଷକ ଏବଂ ଅନ୍ୟ ଶିକ୍ଷକଙ୍କ ଉପରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ସୋରଡ଼ା ରୁ ନାରାୟଣ ଡାକୁଆ reporter

Leave a Reply

Your email address will not be published. Required fields are marked *