ବିବାହତା ମହିଳାଙ୍କ ଝୁଲନ୍ତା ମୃତଦେହ ବାପଘର ପଛପଟେ ମହୁଲଗଛରୁ ଉଦ୍ଧାର
।ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ବାପଘରୁ ଉଦ୍ଧାର। ମୃତକ ହେଲେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ରୁପାବେଡା ଗ୍ରାମର ମୁନି ସୁଚନା ମୁତାବକ ମୁନି ସେହି ଥାନା ଅନ୍ତର୍ଗତ ଗୋବରି ଗ୍ରାମର ତ୍ରିଲୋଚନ ଗାଗାରାଇଙ୍କୁ ପ୍ରାୟ ଦେଢବର୍ଷ ତଳେ ପ୍ରେମ ବିବାହ କରିଥିଲେ। ବାହାଘରର ୬ ମାସ ଶ୍ବଶୁର ଘରେ ରହିବା ପରେ ବାପଘରକୁ ପଳାଇ ଆସିଥିଲେ। ସେହିଦିନ ଠାରୁ ପ୍ରାୟ ୧ ବର୍ଷହେବ ବାପଘରେ ରହିଆସୁଛନ୍ତି। କିନ୍ତୁ ଆଜି ସକାଳେ ଘରପଛପଟ ମହୁଲଗଛରେ ତାଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଗ୍ରାମବାସୀ ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ। ଖବରପାଇ କଙ୍କଡାହାଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଗଛନିକଟରୁ ମୁନିଙ୍କ ମୋବଇଲ ମଧ୍ୟ ଜବତା କରି ଅଧିକ ପଚରାଉଚୁରା ଚଳାଇଛି। କିନ୍ତୁ ମହିଳା ଜଣକ ମୃତ୍ୟୁର କାରଣ ଅସ୍ପଷ୍ଟ। ପୋଲିସ ଅଧିକ ତଦନ୍ତ ଯାରିରଖିଛି।
