ଗଙ୍ଗାଦେବୀ ନିକଟରେ ବନବିଭାଗ ପକ୍ଷରୁ ଉଦଘାଟିତ
ଗଙ୍ଗାଦେବୀ ନିକଟରେ ବନବିଭାଗ ପକ୍ଷରୁ ଉଦଘାଟିତ ହେଲା ମ୍ୟାଗ୍ରୁଭ ରିଟ୍ରିଟ୍ ।ବିଳାସପୂର୍ଣ୍ଣ ରହଣି ସଭ୍ୟ ପରିବେଶର ମଜା ନେବେ ପର୍ଯ୍ୟଟକ।ଅସ୍ତରଂଗ, ୧୯.୦୨- ପୁରୀ ଜିଲ୍ଲା ଅସ୍ତରଂଗ ବ୍ଳକ୍ ଅନ୍ତର୍ଗତ ଛୁରିଆନା ପଞ୍ଚାୟତ ସହନ ଗ୍ରାମ ଗଙ୍ଗାଦେବୀ ନିକଟରେ ବନବିଭାଗ ପକ୍ଷରୁ ସୋମବାର ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି ମ୍ୟାଗ୍ରୁଭ ରିଟ୍ରିଟ୍ । ବିଳାସପୂର୍ଣ୍ଣ ରହଣି ସଭ୍ୟ ପରିବେଶର ମଜା ନେବେ ପର୍ଯ୍ୟଟକ। ବନ ବିଭାଗ ପୁରୀ ପକ୍ଷରୁ ନିର୍ମାଣ କରାଯାଇଥିବା ଏହି ପରିବେଶ ଭିତ୍ତିକ ରିସର୍ଟ୍ ଆଗମୀ ଦିନରେ ପର୍ଯ୍ୟଟକଙ୍କ ପାଇଁ ନୁଆ ଅନୁଭୂତି ପ୍ରଦାନ କରିବ। ସୋମବାର ମାନ୍ୟବର କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ଆଞ୍ଚଳିକ ମୂଖ୍ୟ ବନ ସଂରକ୍ଷକ ସଞ୍ଜୀତ କୁମାର୍, ଜିଲ୍ଲା ବନଖଣ୍ଡ ଅଧିକାରୀ ରାମାସ୍ବାମୀ ପିଚାଇ ପ୍ରମୁଖ ଯୋଗ ଦେଇ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ। 5କୋଟି ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମିତ ଏହି ରିଶର୍ଟ ରେ 10ଟି ଅତ୍ୟାଧୁନିକ ରୁମ୍ ରହିଛି। ଯାହା ଅଲିଭ ରିଡଲେ କଇଁଛ ସଦୃଶ ନିର୍ମାଣ କରାଯାଇଛି। ରହିବା, ଖାଇବା, ପ୍ରାକୃତିକ ପରିବେଶ ଉପଭୋଗ ସହ ଗଙ୍ଗା ଦେବୀ ନଦୀରେ ବୋଟ ମଜା ସହ ବାଲୁକା ବେଳାଭୁମି, ନାଲି କଙ୍କଡା, ଅଲିଭ ରିଡଲେ, ହରିଣ ଆଦି ପଶୁ ପକ୍ଷୀ ମାନଙ୍କ ସହ ସମୟ ଉପଭୋଗ କରିପାରିବେ।
