ନିର୍ବାଚନ ରେ କୌଣସି ଅବହେଳା ବରଦାସ୍ତ ନୁହେଁ


ମାର୍ଗଦର୍ଶିକା ଆଧାର ରେ ପରିଚାଳିତ ହେବ ନିର୍ବାଚନ।
ପୁରୀ ୧୯/୨ ଚଳିତ ନିର୍ବାଚନକୁ ଶୂନ୍ୟ ସହନଶୀଳ ଭାବେ ପରିଚାଳନା ସହ କୌଣସି ଅବହେଳା କୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଜୟ କୁମାର ଦାଶ କଡା ନିର୍ଦ୍ଦେଶ ଦେଇଛନ୍ତି।ଆଜି ପୂର୍ବାହ୍ନରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଗଠିତ ବିବିଧ ଟିମର ସଦସ୍ୟ ମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଦାଶ ନିର୍ବାଚନ କୁ ପ୍ରଭାବିତ କରୁଥିବା କୌଣସି କାର୍ଯ୍ୟ କଳାପ ଉପରେ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏହି ଟିମ ମାନଙ୍କର ଦାୟିତ୍ୱ ବୋଲି କହିଥିଲେ।ନିର୍ବାଚନ ସମୟରେ ସମସ୍ତ କର୍ମଚାରୀ ନିର୍ବାଚନ କମିଶନ ଙ୍କ ଅଧିନରେ କାର୍ଯ୍ୟରତ ଥାଆନ୍ତି।ତେଣୁ ନିଷ୍ଠା ଓ କମିଶନଙ୍କ ମାର୍ଗଦର୍ଶିକା ଅନୁସାରେ ଆମେ କାର୍ଯ୍ୟ କରିବା।ମାର୍ଗଦର୍ଶିକା କୁ ଭଲ ଭାବେ ପଢିବା ଓ ପରସ୍ପର ଟିମ ସହ ସମନ୍ୱୟ ରଖି ସୁଚାରୁରୂପେ ଓ ଶୃଙ୍ଖଳିତ ଭାବେ ନିର୍ବାଚନ କୁ ପରିଚାଳନା କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଡଃ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଉପଜିଲ୍ଲାପାଳ ଗୋପୀନାଥ କୁଅଁର ପ୍ରମୁଖ ଯୋଗ ଦେଇ ଆମ ଦେଶ ବିଶ୍ୱର ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ସୁନାମ ରହିଛି।ତେଣୁ ଗଣତନ୍ତ୍ର ର ମହାପର୍ବ ନିର୍ବାଚନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ହୋଇଥିବାରୁ ଏହାକୁ ନିଷ୍ଠାର ସହ ପାଳନ ପାଇଁ ଅନୁରୋଧ କରିଥିଲେ।ମାଷ୍ଟର ଟ୍ରେନର ଜିଏସଟିର ଯୁଗ୍ମ କମିଶନର ଡଃ ପଦ୍ମଲୋଚନ ରାଉତ, ଜିଲ୍ଲା ଟ୍ରେଜେରୀ ଅଧିକାରୀ ମନ୍ମଥ କୁମାର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ପିପିଲି ସବ ଟ୍ରେଜେରୀ ଅଫିସର ମମତା ସେଠୀ ସମସ୍ତ ଟିମର ଦାୟିତ୍ୱ, କର୍ତ୍ତବ୍ୟ ଓ ନିର୍ବାଚନ ରେ ଅଂଶଗ୍ରହଣ କରୁଥିବା ଦଳ ଓ ପ୍ରାର୍ଥୀ ମାନଙ୍କ ର ବିବିଧ ଖର୍ଚ୍ଚ ର ତଦାରଖ ଓ ଲିପିବଦ୍ଧ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।ପ୍ରାରମ୍ଭରେ ନିର୍ବାଚନ ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା ସମସ୍ତଙ୍କୁ ସ୍ୱାଗତ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *