ନାଥସାହିରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ତରଫରୁ କ୍ୟାଣ୍ଡେଲ ଶୋଭାଯାତ୍ରା
ଭଦ୍ରକ ଜିଲ୍ଲା ମିର୍ଜାପୁର ସ୍ଥିତ ନାଥ ସାହିର ସେକ ମୁସକିମଙ୍କ ଦୋକାନକୁ ଚକୋଲେଟ କିଣି ଯାଇଥିବା ରାଜେନ୍ଦ୍ର ନାଥଙ୍କ କନ୍ୟାକୁ ସେକ ମୁସକିମ ଦୋକାନ ଭିତରକୁ ଟାଣି ନେଇଥିଲା ଏବଂ ଆପତ୍ତିଜନକ ଦୁର୍ବ୍ୟବହାର କରିଥିଲା ।ଏହାପରେ ସେ ଜେଲ ଯାଇ ବେଲରେ ଆସିଥିଲା ।ଏହାପରେ ସେକ ମୁସକିମ କେସ ଉଠାଇବା ପାଇଁ ରାଜେନ୍ଦ୍ର ନାଥଙ୍କୁ ଅର୍ଥ ପ୍ରଲୋଭନ ଦେଇଥିଲା ଏବଂ ରାଜେନ୍ଦ୍ର ନାଥ ନ ମାନିବାରୁ ବିଭିନ୍ନ ପ୍ରକାର ଧମକୀ ଦେଇଥିଲା ଯାହାକୁ ସହି ନ ପାରି ରାଜେନ୍ଦ୍ର ନାଥଙ୍କ କନ୍ୟା ଜଣେ ନାବାଳିକା ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଗୋଟିଏ ସପ୍ତାହ ହେଲା ନାବାଳିକାର ଆତ୍ମହତ୍ୟା ଘଟିଲା ପରେ ମଧ୍ୟ ଆଶାମୀକୁ ବେଲରେ ଛଡ଼ାଯାଇଥିଲା। ଏବଂ ସଂପୃକ୍ତ ସମସ୍ତ ଆସାମୀକୁ ମଧ୍ୟ ଧରାଯାଇ ନ ଥିଲା ।ଏନେଇ ଆଜି ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ହରପ୍ରିୟା ସାହୁଙ୍କ ନେତୃତ୍ୱରେ ସ୍ଥାନିୟ ବନ୍ତ ଛକ ନିକଟରୁ ସଂନ୍ଧା ୬ ଟା ରୁ ୭ ଟା ପର୍ଯ୍ୟନ୍ତ ଟାଉନ ହଲ ଛକ ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ହୋଇଥିଲା। ପୋଲିସ କାହା ଚାପରେ ପଡ଼ି ଏମିତି ଅପରାଧିକୁ ଧରୁନାହିଁ ଏ ନେଇ ପ୍ରତିବାଦ ମଧ୍ୟ କାରିଥିଲେ ଏବଂ ଆହ୍ୱାନ ଦେଇଥିଲେ ।ଯଦି ପୋଲିସ ପ୍ରଶାସନ କିଛି ନ ବୁଝେ ଆମ୍ଭେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବୁ ।
ରିପୋର୍ଟ -ପୁନିଲ କୁମାର ସାମନ୍ତ,।
