ବ୍ୟାସ ସରୋବର ମହୋତ୍ସବ – ୨୦୨୪

*“ବ୍ୟାସ ସରୋବର ମହୋତ୍ସବ – ୨୦୨୪”*ଆରମ୍ଭ ହୋଇଯାଇଛି ବ୍ୟାସ ସରୋବର ମହୋତ୍ସବ l ବ୍ୟାସନଗର ସହରର ବ୍ୟାସ ସରୋବର ଅଂଚଳର ବହୁ ପୂରାତନ, ଐତିହାସିକ ତଥା ପୁରାଣ ପ୍ରସିଦ୍ଧ ମେଳା l ଏହି ମେଳା ପବିତ୍ର ଭୈମୀ ଏକାଦଶୀ ତିଥିରେ ଆରମ୍ଭ ହୋଇଥାଏ l ତେବେ ଏହି ଐତିହାସିକ ତଥା ପୁରାଣ ପ୍ରସିଦ୍ଧ ମେଳା ଏବେ ମହୋତ୍ସବ ରେ ପରିଣତ ହୋଇଯାଇଛି l ମହୋତ୍ସବକୁ ସରସ ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ଉତ୍ସାହିତ ପ୍ରଶାସନ, ବ୍ୟାସନଗର ପୈାର କର୍ତ୍ତୃପକ୍ଷ ଓ ପାରିଷଦ ମାନେ l ମହୋତ୍ସବ ପଡ଼ିଆରେ ମେଳା ଓ ସଂସ୍କୃତିକ କାର୍ଯ୍ୟକ୍ରମର ଆସର ଜମୁଛି l ତେବେ ପୌର ପରିଷଦର ଅଧ୍ୟକ୍ଷା ସଂଗୀତା ପିଙ୍ଗୁଆଙ୍କ ନେତୃତ୍ୱରେ ଆୟୋଜିତ ଏହି ମହୋତ୍ସବର ଉଦ୍ଘାଟନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଯୋଗଦେଇ ମହୋତ୍ସବକୁ ଫିତା କାଟି ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ବେହୁରିଆ, ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳ ଯୋଗଦେଇ ବ୍ୟାସ ସରୋବର ଅହିତ୍ୟ ପରମ୍ପରା ଉପରେ ଆଲୋଚନା କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ମିନି ମାରାଥନରେ ପ୍ରଥମ,ଦ୍ୱିତୀୟ ସ୍ଥାନ ଅର୍ଜନ କରିଥିବା କ୍ରୀଡ଼ାବିତଙ୍କୁ ପୁରସ୍କୃତ କରିଥିଲେ l ପରିଶେଷରେ ପୌର ପରିଷଦର ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର ଧନ୍ୟବାଦ ଦେଇଥିଲେ l ତେବେ ଏହି ମହୋତ୍ସବ ଆସନ୍ତା ମାସ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ

Leave a Reply

Your email address will not be published. Required fields are marked *