ଗ୍ରାମ୍ୟ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି କର୍ମଶାଳା

ଗ୍ରାମ୍ୟ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି କର୍ମଶାଳା।ପୁରୀ ୨୦/୨ ବିପର୍ଯ୍ୟୟ କୁ ରୋକାଯାଇ ପାରିବ ନାହିଁ।କିନ୍ତୁ ପୂର୍ବ ପ୍ରସ୍ତୁତି ଧନଜୀବନ ହାନି କୁ ପ୍ରଶମିତ କରି ପାରିବ।ତେଣୁ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଓ ପ୍ରଶିକ୍ଷଣ ବେଶ ଉପାଦେୟ ହୋଇ ପାରିବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା।ଆଜି ପୂର୍ବାହ୍ନରେ ସର୍କିଟ ହାଉସ ସମ୍ମିଳନୀ ଗୃହରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଙ୍କ ଆନୁକୂଲ୍ୟରେ ଗ୍ରାମ୍ୟ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ବିପର୍ଯ୍ୟୟ ପୂର୍ବ, ବିପର୍ଯ୍ୟୟ ସମୟ ଓ ବିପର୍ଯ୍ୟୟ ପରର ଅବସ୍ଥା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥାଏ।ସେଥିପାଇଁ ଉପଯୁକ୍ତ ପ୍ରଶିକ୍ଷଣ ନେବା ଓ ଅନ୍ୟ ମାନଙ୍କୁ ପ୍ରଶିକ୍ଷିତ କରାଇବା ଉପରେ ଗୁରୁତ୍ୱ ଦେଇଥିଲେ।କର୍ମଶାଳାରେ ବିପର୍ଯ୍ୟୟ ର ମୂଲ୍ୟାଙ୍କନ,ପରିସ୍ଥିତି ର ବିଶ୍ଲେଷଣ, ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ, ସ୍ଥାନାନ୍ତର ପ୍ରକ୍ରିୟା, ସମ୍ପ୍ରଦାୟର ଯୋଗ ଦାନ,କୌଶଳ, ନିରାପତ୍ତା, ଚିକିତ୍ସା କେନ୍ଦ୍ର ଓ ପ୍ରାଥମିକ ଚିକିତ୍ସା, ଉଦ୍ଧାର ଓ ଥଇଥାନ, ସହାୟତା, ରିଲିଫ ବ୍ୟବସ୍ଥା, ସମନ୍ୱୟ, କ୍ଷୟକ୍ଷତି ଆକଳନ ଇତ୍ୟାଦି ସମ୍ପର୍କରେ ବିଷଦ ଆଲୋଚନା କରାଯାଇଥିଲା।

କର୍ମଶାଳାରେ ଡେପୁଟି କଲେକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର,ସହକାରୀ ଜିଲ୍ଲାପାଳ ଆଶୁତୋଷ ଦେ,ଏଡିଏମଓ ଡା ବିରଜା ଶଙ୍କର ରଥ,ଡିପିଓ ସୁକାନ୍ତ କୁମାର ଦାଶ ବିଭିନ୍ନ ବିଭାଗର ଅଧିକାରୀ, ଏନଜିଓ କର୍ମ କର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଜିଲ୍ଲାର ୧୧ ଟି ବ୍ଲକର ୬୦୭ ଟି ଗ୍ରାମ ପାଇଁ ୧୪ ଗୋଟି ଏନଜିଓ ଗ୍ରାମ୍ୟ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପାଇଁ ଦାୟିତ୍ୱରେ ରହିଛନ୍ତି।

Leave a Reply

Your email address will not be published. Required fields are marked *