ତଳଗଡ଼ ପଞ୍ଚାୟତରେ ‘ପଞ୍ଚାୟତ ସ୍ତରୀୟ ସଚେତନା ଶିବିର’ କାର୍ଯ୍ୟକ୍ରମ ଅନୁଷ୍ଠିତ
କୋରାଇ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତଳଗଡ଼ ପଞ୍ଚାୟତର ବରାହନାଥ ଖେଳପଡ଼ିଆରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ ସନ୍ତୋଷ ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗଦେଇ ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ l କାର୍ଯ୍ୟକ୍ରମକୁ ପିଇଓ ସତ୍ୟ ନାରାୟଣ ଜେନା ପରିଚାଳନା କରିଥିବା ବେଳେ ଗାୟକ ଚନ୍ଦ୍ରମଣୀ ସାହୁ ପାଲା ମାଧ୍ୟମରେ ସରକାରଙ୍କ ଯୋଜନା ସମ୍ପର୍କରେ ବର୍ଣ୍ଣନା କରିଥିଲେ l ପରେ ଏସଏସଜି, ମିସନ ଶକ୍ତି କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ଓ ଜନପ୍ରତିନିଧୂଙ୍କୁ ସମ୍ବନ୍ଧିତ କରାଯାଇଥିଲା l
ଯାଜପୁର କୋରେଇ ରୁ ଜ୍ୟୋତି ପ୍ରକାଶ ଭୂୟାଁ reporter
