ସୋରଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ କାୟାକଳ୍ପ ଟିମ୍
ସୋରଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ କାୟାକଳ୍ପ ଟିମ୍ ସୋରଡ଼ା 21/03/24 ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନସ୍ଥ କାୟାକଳ୍ପ ଟିମ୍ ର ତିନି ଜଣିଆ ସଦସ୍ୟ ଆଜି ସୋରଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଅଳ୍ପ ଦିନ ତଳେ ରୂପାନ୍ତରିତ ହୋଇଥିବା ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ୱଚ୍ଛତା, ବର୍ଜ୍ୟବସ୍ତୁ ପରିଚାଳନା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ନେଇ ପରିଦର୍ଶନ କରିଥିଲେ ।

ଏହି ଟିମ୍ ରେ ଡ. ଶୁଭ୍ରାଂଶୁ ପ୍ରଧାନ , ପ୍ରଣୟ କୁମାର ମହାପାତ୍ର, ଦେବବ୍ରତ ପତ୍ରି ଗୋଷ୍ଠି ପରିଦର୍ଶନ କରିବା ସହ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର୍ ଡ. ସନ୍ତୋଷ କୁମାର ପଣ୍ଡା, ଡ. ଦିଲ୍ଲୀପ କୁମାର ନାୟକଙ୍କ ସହ ଆଲୋଚନା କରିଥଲେ। ଏଥି ସମେତ ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ, ଆଟେଣ୍ଡର, ସୁଇପର୍, ସିକ୍ୟୁରିଟି ଗାର୍ଡ, ଆଶାକର୍ମୀ ଙ୍କ ସହ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ତେବେ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ପରିଚାଳନାରେ ସନ୍ତୋଷ ପ୍ରକାଶ କରିବା ସହ ଆବଶ୍ୟକ ରହିଥିବା ଅନ୍ୟାନ୍ୟ ତ୍ରୁଟି ସଂଶୋଧନ କରିବା ପାଇଁ ପରାମର୍ଶ ଦେଇଥିଲେ। ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ସୁନିଲ୍ ସାମନ୍ତରାୟ ପରିଦର୍ଶକ ମାନଙ୍କୁ ପରିଦର୍ଶନରେ ବିଶେଷ ସହାୟତା କରିଥଲେ।
ସୋରଡ଼ା ରୁ ନାରାୟଣ ଡାକୁଆ reporter
