ବାଲିକୁଦା ଲୋକ ମହୋତ୍ସବ ଉଦଯାପିତ
ଜଗତସିଂହପୁର ଜିଲ୍ଲା ବାଲିକୁଦା ଠାରେ ବାଲିକୁଦା ଲୋକ ମହୋତ୍ସବ ଉଦଯାପିତ ହୋଇ ଯାଇଛି । ଦୁଇ ଦିନ ଧରି ବାଲିକୁଦା ଲୋକ ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ଏହି ମହୋତ୍ସବ ରେ ମୁଖ୍ୟ ଅତିଥି ଭାବରେ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶ୍ୱନି କୁମାର ପାତ୍ର, ପୂର୍ବତନ ମନ୍ତ୍ରୀ ତଥା ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ, ବ୍ଲକ ଅଧ୍ୟକ୍ଷ ପ୍ରକାଶ ପ୍ରଧାନ, ବ୍ଲକ ଉନ୍ନୟନ ଅଧିକାରୀ ବିକାଶ ମହାନ୍ତି, ତହସିଲଦାର ଆଲୋକ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଜଟାଧାରୀ ଦାସ, ସ୍ଥାନୀୟ ସରପଞ୍ଚ ରାଜ କିଶୋର ସାହୁ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ବାଲିକୁଦା ମହୋତ୍ସବ ର ଗାରିମା ବୃଦ୍ଧି କରିବା ସହିତ ଆଗାମୀ ଦିନରେ ମହୋତ୍ସବ କିପରି ବଂଚି ରହି ପାରମ୍ପରିକ ରୀତିରେ ମହା ଆଡମ୍ବର ସହିତ କରାଯିବ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ । ଉଦଯାପନୀ ସନ୍ଧ୍ୟାରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱନି କୁମାର ପାତ୍ର କହିଛନ୍ତି ସଂସ୍କୃତି ସମସ୍ତ ଙ୍କୁ ଯୋଡିବାର ମାଧ୍ୟମ ହୋଇ ଥିବାରୁ ଏହାର ନାମ ବାଲିକୁଦା ଲୋକ ମହୋତ୍ସବ ରଖାଯାଇଛି ବୋଲି କହିବା ସହିତ ଏହି ଅନୁଷ୍ଠାନ ର ଉତ୍ତରୋତ୍ତର କାମନା କରିଥିଲେ । ପରେ ଦୁଇ ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଲୋକମାନେ ଏହାର ଭରପୁର ମଜା ନେଇ ଥିଲେ ।
ଜଗତସିଂହପୁର ରୁ Rita ସାହୁ
