ଗ୍ରାମ ରୋଜଗାର ସେବକଙ୍କ ବାଇକ ଡ଼ିକି ଭାଙ୍ଗି ଭତ୍ତା ଟଙ୍କା ଲୁଟ ଅଭିଯୋଗ

ଗ୍ରାମ ରୋଜଗାର ସେବକଙ୍କ ବାଇକ ଡ଼ିକି ଭାଙ୍ଗି ଭତ୍ତା ଟଙ୍କା ଲୁଟ ଅଭିଯୋଗ। ୧ଲକ୍ଷ୍ୟ ୮୦ହଜାର ଭତ୍ତା ଟଙ୍କା ଲୋଟିନେଲ ଦୁଇ ଦୁର୍ବୁତ୍ତ |ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ପିତିରି ପଞ୍ଚାୟତର ଖାଲପାଳ ଗାଁ ଚୌପାଡ଼ି ଠାରୁ ଲୁଟ ହୋଇଥିବା ଜଣାପଡିଛି |ଅଭିଯୋଗ ମୁତାବକ ପିତିରି ପଞ୍ଚାୟତ ର ଗ୍ରାମ ରୋଜଗାର ସେବକ ପ୍ରଭାତ ପାଣି ଓ ସରପଞ୍ଚ ଅଶୋକ କୁମାର ବର୍ମା ଆଜି, ଭତ୍ତା ବଣ୍ଟନ ପାଇଁ ପରମହଂସପୁର ଗ୍ରାମ ବ୍ୟାଙ୍କ ରୁ ୨ ଲକ୍ଷ୍ୟ ନଗଦ ଟଙ୍କା ଉଠାଇଥିଲେ |ଉକ୍ତ ଟଙ୍କା ନେଇ ଖାଲପାଳ ଗାଁ ଚୌପାଡ଼ି ଠାରେ ଭତ୍ତା ବଣ୍ଟନ କରୁଥିଲେ |ତେବେ କୋଡିଏ ହଜାର ଟଙ୍କା ଜି ଆର ଏସ ତାଙ୍କ ପାଖରେ ରଖିଥିବା ବେଳେ,ବାକି ଟଙ୍କା ତାଙ୍କ ବାଇକ ଡ଼ିକିରେ ବଳକା ୧ ଲକ୍ଷ ୮୦ ହଜାର ଟଙ୍କା ରଖିଥିଲେ |ଉକ୍ତ ଡ଼ିକି ଭାଙ୍ଗି ୨ ଜଣ ଦୁର୍ବୁତ୍ତ ଆସି ଲୁଟ କରିଥିବା ଜି. ଆର.ଏସ ଅଭିଯୋଗ କରିଛନ୍ତି |ତେବେ ଖବର ପାଇ ପରଜଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି |ସେପଟେ ବ୍ୟାଙ୍କ ଠାରୁ ୨ ଜଣ ଯୁବକ ତାଙ୍କୁ ପିଛା କରିଥିବା ସିସି.ଟିଭି ଫୁଟେଜ ରୁ ଜଣାପଡିଛି |

Leave a Reply

Your email address will not be published. Required fields are marked *