ସଟସର୍କିଟ ଯୋଗୁଁ ଜଳିଗଲା ଲକ୍ଷାଧିକ ଟଙ୍କାର କାଠ ସାମଗ୍ରୀ ସହ ଯନ୍ତ୍ରପାତି

ସଟସର୍କିଟ ଯୋଗୁଁ ଜଳିଗଲା ଲକ୍ଷାଧିକ ଟଙ୍କାର କାଠ ସାମଗ୍ରୀ ସହ ଯନ୍ତ୍ରପାତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ସହର ସ୍ଥିତ ଗୌତମ ନଗର ପଞ୍ଚମ ଲାଇନରେ ଥିବା ଭବାନୀ କାଠ ଦୋକାନରେ। ଦୋକାନ ମାଲିକ କେ ଶଙ୍କର ରାଓ ଦୋକାନ ସଟର ପକାଇ ଟିଫିନ ଖାଇବାକୁ ଯାଇ ଫେରି ଦେଖନ୍ତି ଦୋକାନ ପୋଡିଯାଇଛି । ତେବେ କେଉଁ ପରିସ୍ଥିତିରେ ଏଭଳି ଘଟିଲା ତାହା ସ୍ପଷ୍ଟ ହୋଇ ନଥିଲେବି ସଟସର୍କିଟ ଯୋଗୁଁ ଘଟିଥିବା ସନ୍ଦେହ କରାଯାଉଛି। କାଠ ଦୋକାନରେ ନିଆଁ ଲାଗିବା ଫଳରେ ଦୋକାନରେ ରହିଥିବା ପ୍ରାୟ 4 ଲକ୍ଷର ସମସ୍ତ ଯନ୍ତ୍ରପାତି ସହ କାଠ ସାମଗ୍ରୀ ଜଳି ପଡି ନଷ୍ଟ ହୋଇଯାଇଛି। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପଂହଁଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିବା ପୂର୍ବରୁ ରାଓଙ୍କ ଦୋକାନ‌ ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ସୋଇଯାଇଥିଲା।

ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ reporter

Leave a Reply

Your email address will not be published. Required fields are marked *