ସମଙ୍ଗ ଗ୍ରାମ ପଞ୍ଚାୟତରେ ଆଜି ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ସମଙ୍ଗ ଗ୍ରାମ ପଞ୍ଚାୟତରେ ଆଜି ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଫେବ୍ରୁଆରୀ ମାସ ୨୩ ତାରିଖରେ ସମଙ୍ଗ ଗ୍ରାମ ପଞ୍ଚାୟତରେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ସ୍ଥାନୀୟ ଖଡ଼ିପଦା ଗ୍ରାମର ମେଳଣ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଦିବାକର ପାତ୍ର, ସୁନୀଲ ମହାନ୍ତି ଓ ଶୁଭାଶିଷ ଖୁଣ୍ଟିଆ ପ୍ରମୁଖ ଯୋଗଦାନ କରି ଏହାକୁ ସଫଳ ମଣ୍ଡିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ବିଷୟରେ ଆଲୋଚନା ତଥା ଲୋକଙ୍କୁ ସଚେତନ କରାଯାଇଥିଲା ଏବଂ ରାଜ୍ୟ ସରକାରଙ୍କ ଓଡ଼ିଶାବାସୀଙ୍କ ପାଇଁ ରହିଥିବା ଭବିଷ୍ୟତ ଯୋଜନା ସମ୍ବନ୍ଧରେ ମଧ୍ୟ ସମ୍ୟକ ଆଲୋକପାତ କରାଯାଇଥିଲା । ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମକୁ ସମଙ୍ଗ ସରପଞ୍ଚ ମୀନା କୁମାରୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଲୋକପ୍ରିୟ ତଥା ବିଶିଷ୍ଠ ସମାଜସେବୀ ଅଜୟ କୁମାର ସାହୁ ସୁଚାରୁ ରୂପେ ପରିଚାଳନା କରି ସମସ୍ତଙ୍କ ପ୍ରିୟ ଭାଜନ ହୋଇଥିଲେ ।

Leave a Reply

Your email address will not be published. Required fields are marked *