ପୋଲିସ ମାଜିଷ୍ଟ୍ରେଟ ସମନ୍ୱୟ ବୈଠକ ଅନୁଷ୍ଠିତ
ପୋଲିସ ମାଜିଷ୍ଟ୍ରେଟ ସମନ୍ୱୟ ବୈଠକ ଅନୁଷ୍ଠିତପୁରୀ ୨୩/୨ ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପୋଲିସ ମାଜିଷ୍ଟ୍ରେଟ ସମନ୍ବୟ ବୈଠକ ଆଜି ଅପରାହ୍ନ ରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଜୟ କୁମାର ଦାଶ ଗଣତନ୍ତ୍ର ର ମହାପର୍ବ ନିର୍ବାଚନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା।ଏହା କୁ ସାମୁହିକ ସହଯୋଗ ଓ ପାରସ୍ପରିକ ସମନ୍ୱୟ ର ସହ ପାଳନ କରିବା ଉଚିତ। ଉଭୟ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପାଇଁ ନିର୍ବାଚନ ଏକ ଆହ୍ୱାନ ଓ ଏହାକୁ ସମ୍ମିଳିତ ସହଯୋଗ ରେ ସଫଳ କରିବାକୁ ସେ ଆହ୍ୱାନ ଦେଇଥିଲେ।ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପୀନାକ ମିଶ୍ର କେବଳ ନିର୍ବାଚନ ନୁହେଁ ସମସ୍ତ କାର୍ଯ୍ୟ ରେ ପୋଲିସ ଓ ମାଜିଷ୍ଟ୍ରେଟ ସମନ୍ୱୟ ଜରୁରୀ।ପୁରୀ ଜିଲ୍ଲା ରେ ସବୁବେଳେ ବିଭିନ୍ନ ଆଇନ ଶୃଙ୍ଖଳା ପାଇଁ ସଜାଗ ରହିବାକୁ ପଡିଥାଏ।ତେଣୁ ପାରସ୍ପରିକ ସହଯୋଗ ନେଇ କାମ କଲେ ସମସ୍ତ କାର୍ଯ୍ୟ ସହଜ ହୋଇ ପାରିବ ବୋଲି ସେ କହିଥିଲେ।

ଆଗାମୀ ନିର୍ବାଚନ ରେ ସମ୍ବେଦନଶୀଳ, ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ, ସେଥିପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ, ମିଳିତ ଭାବେ ନିର୍ବାଚନ ମଣ୍ଡଳୀ ର ବୁଥ ପରିଦର୍ଶନ ଓ ନିରୀକ୍ଷଣ, ନିର୍ବାଚନ ପୂର୍ବରୁ, ନିର୍ବାଚନସମୟରେ ଓ ନିର୍ବାଚନ ପରବର୍ତ୍ତୀ ଅବସ୍ଥା ର ଆକଳନ ସହ କୌଶଳ ନିର୍ଦ୍ଧାରଣ,ସୁରକ୍ଷା, ଆଇନ ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ ଇତ୍ୟାଦି ସମ୍ପର୍କରେ ବିଷଦ ଆଲୋଚନା କରାଯାଇଥିଲା।ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଡଃ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବାଶୀଷ ପଟ୍ଟନାୟକ,ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା ଅନ୍ୟାନ୍ୟ ମାଜିଷ୍ଟ୍ରେଟ ଓ ପୋଲିସ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
