ମ୍ୟୁନିସିପାଲିଟି କର୍ମକର୍ତ୍ତାଙ୍କୁ ଶିଶୁ ସୁରକ୍ଷା ପ୍ରଶିକ୍ଷଣ
ମ୍ୟୁନିସିପାଲିଟି କର୍ମକର୍ତ୍ତାଙ୍କୁ ଶିଶୁ ସୁରକ୍ଷା ପ୍ରଶିକ୍ଷଣ ତା ୨୩/୨ ରିଖ, ପୁରୀ : ଆଜିର ସ୍ୱାସ୍ଥ୍ୟ ଅଧିକାରୀଙ୍କ କନଫରେନ୍ସ ହଲ, ପୁରୀ ଠାରେ ସ୍ୱଚ୍ଛ ସାଥୀ, ସ୍ଵଚ୍ଛ ସୁପରଭାଇଜର ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ଆଇନ, ଯୋଜନା, ମାର୍ଗଦର୍ଶିକା ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ମନୋଜ କୁମାର ବେହେରା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୁରୀ ଉଦଘାଟନ କରି ଶିଶୁମାନଙ୍କୁ ସୁରକ୍ଷିତ ପରିବେଶ ଯୋଗାଇଦେବା ନିମନ୍ତେ ସମସ୍ତେ ନିଜର କର୍ତ୍ତବ୍ୟକୁ ସୁଚାରୁରୂପେ ସମ୍ପାଦନ କରିବାକୁ କହିଥିଲେ l ମନୋଜ କୁମାର ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସ୍ୱାଗତ ଭାଷଣ ଦେବା ସହିତ କିଶୋର ନ୍ୟାୟ ଆଇନ, ଶିଶୁ ଶ୍ରମ ନିଷେଧ ଆଇନ, ବାଲ୍ୟ ବିବାହ ନିଷେଧ ଆଇନ ସମ୍ବନ୍ଧରେ ଆଲୋଚନା କରିଥିଲେ l ଡଃ ଅଜିତ କୁମାର ମହାପାତ୍ର, ଅଧ୍ୟକ୍ଷ ଶିଶୁ କଲ୍ୟାଣ କମିଟି ଶିଶୁ ମାନଙ୍କ ଉପସ୍ଥାପନ, ଥଇଥାନ, ସାମାଜିକ ସମିଶ୍ରଣ ସମ୍ବନ୍ଧରେ ଆଲୋଚନା କରିଥିଲେ l

ଶୁଭ ନାରାୟଣ ଶତପଥୀ, ସୁରକ୍ଷା ଅଧିକାରୀ, ମିଶନ ବାତ୍ସଲ୍ୟ, ଶିଶୁ ମାନଙ୍କ ଅଧିକାର ଓ ଶିଶୁ ସୁଲଭ ପରିବେଶ ସଂକ୍ରାନ୍ତରେ ତାଲିମ ପ୍ରଦାନ କରିବା ସହିତ ସନ୍ତୋଷ କୁମାର ସାହୁ, ଆଇନ ପରିବୀକ୍ଷ ଅଧିକାରୀ ଶିଶୁମାନଙ୍କୁ ଯୌନ ଶୋଷଣରୁ ସୁରକ୍ଷା ଅଧିନିୟମ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ l ଏଥିରେ ୬୦ରୁ ଉର୍ଦ୍ଧ୍ବ ଅଂଶଗ୍ରହଣ କାରୀ ଯୋଗ ଦେଇଥିଲେ l ରୋଜାଲିନି ପାତ୍ର, କାଉନସେଲର ଧନ୍ୟବାଦ ଅର୍ପଣ କରିଥିଲେ ଓ ହିସାବ ରକ୍ଷକ ହରେକୃଷ୍ଣ ସାହୁ, ଅକ୍ଷୟ କୁମାର ଚୌଧୁରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l
