ଆଖୁଆପଦା ବ୍ୟାରେଜ ଓ କୂଳବର୍ତ୍ତୀ ଗ୍ରାମର ସୁରକ୍ଷା ଦାବି; ବିଜେପିର ଦସ୍ତଖତ ଅଭିଯାନ

ଭଣ୍ଡାରିପୋଖରୀ,୧୩ା୮: ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳବାସୀଙ୍କ ପାଇଁ ବୈତରଣୀ ନଦୀଜଳ ହିତ ପରିବର୍ତ୍ତେ ଅହିତର କାରଣ ହୋଇଛି । କଣ୍ଟିଘାଇ ଓ ବାଲିପୋଖରୀ ଏସକେପ ଜନସାଧାରଣଙ୍କ ଦୁଃଖର କାରଣ ପାଲଟିଛି । ଏଥିପାଇଁ ବାରମ୍ବାର ଦାବି କରାଯାଉଥିଲେ ସୁଦ୍ଧା ସରକାର ଏଡାଇ ଯାଉଛନ୍ତି । ଆଖୁଆପଦା ଆନିକଟକୁ ବ୍ୟାରେଜରେ ପରିଣତ କରାଯାଇ ସବୁଦିନିଆ ଜଳସେଚନ ସୁବିଧା ଯୋଗଯିବା ସହ ବ୍ୟାନିୟନ୍ତ୍ରଣ କରାଯିବା ଓ ବଳିପୁର, ବନ୍ଦାଳୋ-ମଢିଆଳି, ଖପୁରିଆପଦା, ଝୁଟୁଣା, ନୂଆପାଟଣା, କାଜିପାଟଣା, ବରହମପୁର, ଦାଦେଶ୍ୱର ଆଦି ନଦୀକୂଳ ଗ୍ରାମଗୁଡିକର କୂଳକ୍ଷୟ ବିପଦରୁ ସୁରକ୍ଷା ଦାବି କରି ଭାରତୀୟ ଜନତା ପାର୍ଟି ପକ୍ଷରୁ ପଦଯାତ୍ରା ଓ ଦସ୍ତଖତ ସଂଗ୍ରହ ଅଭିଯାନ ଚାଲୁ ରହିଛି । ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ଓ ଜନସଚେନତା ସୃଷ୍ଟି କରିବା ଲକ୍ଷ୍ୟରେ ପଦଯାତ୍ରା ଓ ଦସ୍ତଖତ ସଂଗ୍ରହ ନୂଆପାଟଣା, କାଜିପାଟଣା, ମହେଶପୁର, ବନ୍ଦାଳୋ-ମଢିଆଳି ଗ୍ରାମରେ ଶୁକ୍ରବାର କରାଯାଇଥିଲା । ଏଥିରେ ମଣ୍ଡଳ ସଭାପତି ପ୍ରଫୁଲ୍ଲ ସାହୁ, ଜିଲ୍ଲା ସମ୍ପାଦିକା ତପସ୍ୱିନୀ ମହାପାତ୍ର, ରୁକ୍ମଣୀ ଦାସ, ପ୍ରଦ୍ୟୁମ୍ନ ସେନାପତି, ସତ୍ୟରଞ୍ଜନ ରାୟ, ମହେଶ୍ୱର ବେହେରା, ପ୍ରବୀଣ ବେହେରା, ଦେବାଶିଷ ଖୁଣ୍ଟିଆ, ତ୍ରିଲୋଚନ ସାହୁ, ବିଶ୍ୱନାଥ ବାରିକ, କହ୍ନେଇ ଜେନା, ଦେବେନ୍ଦ୍ର ସାହୁ, ଶିବପ୍ରସାଦ ଦଳେଇ ପ୍ରମୁଖ ପଦଯାତ୍ରା ଓ ଦସ୍ତଖତ ସଂଗ୍ରହ ଅଭିଯାନରେ ଅଂଶଗ୍ରହଣ କରିଥିଲେ ।

ରିପୋର୍ଟ:-ପୁନିଲ କୁମାର ସାମନ୍ତ, ।

Leave a Reply

Your email address will not be published. Required fields are marked *