ରାଜନୈତିକ ଦଳ ବୈଠକ ଅନୁଷ୍ଠି
ରାଜନୈତିକ ଦଳ ବୈଠକ ଅନୁଷ୍ଠିତ।ପୁରୀ ୨୪/୨ ଆଗାମୀ ନିର୍ବାଚନ ରେ ରାଜନୈତିକ ଦଳର ବିଭିନ୍ନ ଖର୍ଚ୍ଚ ଦର ସୂଚୀ ଚୁଡାନ୍ତ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଜୟ କୁମାର ଦାଶ ଅଧ୍ୟକ୍ଷତା କରିବା ସହ ସର୍ବସମ୍ମତ କ୍ରମେ ଯେଉଁ ସାମଗ୍ରୀ ବା ଦ୍ରବ୍ଯ ର ମୂଲ୍ୟ ଧାର୍ଯ୍ୟ କରାଯାଉଛି ସେହି ଆଧାର ରେ ଖର୍ଚ୍ଚ ର ହିସାବ ରାଜନୈତିକ ଦଳ ମାନେ ଭାରତର ନିର୍ବାଚନ କମିଶନଙ୍କ ମାର୍ଗଦର୍ଶିକା ଆଧାର ରେ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ।ଭାରତର ନିର୍ବାଚନ କମିଶନ ପ୍ରତ୍ୟେକ ବିଧାନସଭା ଓ ଲୋକସଭା ନିର୍ବାଚନ ର ପ୍ରାର୍ଥୀ ମାନଙ୍କ ପାଇଁ ବ୍ୟୟ କରିବାକୁ ଧାର୍ଯ୍ୟ କରିଥିବା ରାଶି ଆଧାର ରେ ସେହି ଅନୁସାରେ ଖର୍ଚ୍ଚ ତାଲିକା ଖର୍ଚ୍ଚ ତଦାରଖ ଟିମ ନିକଟରେ ଉପସ୍ଥାପନ କରିବାକୁ ରାଜନୈତିକ ଦଳ ମାନ ଙ୍କୁ ପରାମର୍ଶ ଦିଆଯାଇଥିଲା।

ଟେଣ୍ଟ, ଚେୟାର, ଖାଦ୍ୟ, ପାଣି, ଡାକବାଜି ଯନ୍ତ୍ର, ଲିଫଲେଟ୍, ବ୍ୟାନର, ପୋଷ୍ଟର, ଫଟୋ, ଭିଡିଓଗ୍ରାଫି, ଗାଡ଼ି ବ୍ୟବହାର, ସଭା ଆୟୋଜନ, ଶୋଭାଯାତ୍ରା ଆୟୋଜନ, ପତାକା, ଷ୍ଟିକର,ବ୍ୟାଜ ବ୍ୟବହାର ଓ ପ୍ରଦର୍ଶନ, ଫୁଲମାଳ, ଫୁଲତୋଡା ଇତ୍ୟାଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ସର୍ବସମ୍ମତ ଦର ଧାର୍ଯ୍ୟ କରାଗଲା।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଡଃ ଶରତ ଚନ୍ଦ୍ର ମହାପାତ୍ର,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବାଶୀଷ ପଟ୍ଟନାୟକ,ଉପଜିଲ୍ଲାପାଳ ଗୋପୀନାଥ କୁଅଁର, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
