ଲୋକନାଥ ଦେବ ଙ୍କ ଜାଗର ଯାତ୍ରା ପାଇଁ ବୈଠକ ଅନୁଷ୍ଠିତ

ଲୋକନାଥ ଦେବ ଙ୍କ ଜାଗର ଯାତ୍ରା ପାଇଁ ବୈଠକ ଅନୁଷ୍ଠିତ।ପୁରୀ ୨୪/୨ ଚଳିତ ବର୍ଷ ମାର୍ଚ୍ଚ ମାସ ୮ ତାରିଖରେ ମହାଶିବରାତ୍ରି ବା ଜାଗର ଯାତ୍ରା।ପୁରୀ ର ପ୍ରସିଦ୍ଧ ଶୈବ ପୀଠ ଲୋକନାଥ ପୀଠ ରେ ପ୍ରଭୁ ଶ୍ରୀ ଶ୍ରୀ ଲୋକନାଥ ଦେବଙ୍କ ଜାଗର ଯାତ୍ରା କୁ ସୁଚାରୁରୂପେ ପରିଚାଳନା ପାଇଁ ଏକ ବୈଠକ ଆଜି ପୂର୍ବାହ୍ନରେ ସର୍କିଟ ହାଉସ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ବିଜୟ କୁମାର ଦାଶ ଲୋକନାଥ ପୀଠ ରେ ଜାଗର ଯାତ୍ରା ରେ ବିପୁଳ ଜନସମାଗମ ହୋଇଥାଏ।ତେଣୁ ଚଳିତ ଯାତ୍ରା କୁ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ପରିଚାଳନା ସହ ଯେପରି ଶ୍ରଦ୍ଧାଳୁ ମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ସହ ସେମାନେ ଯେମିତି ଏକ ସୁଖଦ ଅନୁଭୂତି ନେଇ ଘରକୁ ଯିବେ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଉପଜିଲ୍ଲାପାଳ ଗୋପୀନାଥ କୁଅଁର ସମସ୍ତଙ୍କୁ ସ୍ୱାଗତ ସହ ମାର୍ଚ୍ଚ ୬ ତାରିଖରେ ହେବାକୁ ଥିବା ପଙ୍କୋଦ୍ଧର ଏକାଦଶୀ ଓ ଜାଗର ଯାତ୍ରାର ନିତୀକାନ୍ତି ଓ ସମୟ ନିର୍ଘଣ୍ଟ ର ସୂଚନା ଦେବା ସହ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ଆଇନ ଶୃଙ୍ଖଳା ରକ୍ଷା, ପାର୍କିଂ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ,ପରିଷ୍କାର ପରିଛନ୍ନତା,ପରିମଳ ବ୍ୟବସ୍ଥା, ବିଦ୍ୟୁତ ବ୍ୟବସ୍ଥା, ବ୍ୟାରିକେଡ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର,ଆମ୍ବୁଲାନ୍ସ ବ୍ୟବସ୍ଥା, ସୂଚନା କେନ୍ଦ୍ର ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇ ସଠିକ କାର୍ଯ୍ୟ ପରିଚାଳନା ପାଇଁ ବିଭିନ୍ନ ବିଭାଗ କୁ ନିର୍ଦ୍ଦେଶ ଦିଆଯାଇଥିଲା।ପଙ୍କୋଦ୍ଧାର ପାଇଁ ୬ ତାରିଖ ରାତ୍ର ୨ଟାରୁ ପହୁଡ଼ ଦ୍ୱାର ଖୋଲା, ରାତ୍ର ୩ଟାରୁ ମଙ୍ଗଳ ଆରତୀ, ଅବକାଶ ଇତ୍ୟାଦି, ରାତ୍ର ୪ ଟାରୁ ସକାଳ ୬ ଘଟିକା ମଧ୍ୟରେ ସକାଳ ଧୂପ,ସକାଳ ୬ ରୁ ୭ ଟା ମଧ୍ୟରେ ମଧ୍ୟାହ୍ନ ଧୂପ,୭ ଟାରୁ ୮ ଟା ମଧ୍ୟରେ ଏକାଦଶୀ ଦର୍ଶନ,୮ଟାରୁ ଦିବା ୧୨ ଘଟିକା ମଧ୍ୟରେ ପଙ୍କୋଦ୍ଧାର କାର୍ଯ୍ୟକ୍ରମ ଓ ମାଘ ସ୍ନାନ, ଦିବା ୧୨ ଘଟିକାରୁ ରାତ୍ର ୯ ଘଟିକା ସର୍ବସାଧାରଣ ଦର୍ଶନ ଓ ରାତ୍ର ୯ ଘଟିକାରୁ ରାତ୍ର ୧୧ଟା ମଧ୍ୟରେ ଧୂପ ଓ ଅନ୍ୟାନ୍ୟ ନୀତି ଏବଂ ବଡସିଂହାର ବେଶ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି।ସେହିପରି ଜାଗର ଦିନ ଅର୍ଥାତ ମାର୍ଚ୍ଚ ୮ ତାରିଖ ରାତ୍ର ୧୨.୩୦ ରୁ ପହୁଡ଼ ଓ ଦ୍ବାରଖୋଲା, ରାତ୍ର ୧ ଘଟିକାରୁ ୪ଟା ମଧ୍ୟରେ ମଙ୍ଗଳ ଆରତୀ, ଅବକାଶ, ସୂର୍ଯ୍ୟ ପୂଜା, ଭୋର ୪ ଟାରୁ ରାତ୍ର ୧୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ, ରାତ୍ର୧୦ ରୁ ରାତ୍ର ୨ ପର୍ଯ୍ୟନ୍ତ ବିଭିନ୍ନ ନୀତି, ରାତ୍ର ୩ ଘଟିକାରୁ ହରିହର ପୂଜା, ଭୋଗ ସମ୍ପନ୍ନ, ବଡ ସିଂହାର ବେଶ ଓ ମହଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ କୁଅଁର ସୂଚନା ଦେଇଥିଲେ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଏସ ପି ସୁଶୀଲ କୁମାର ମିଶ୍ର,ଏ ଡି ଏମ ଓ ଡା ବିରଜା ଶଙ୍କର ରଥ,ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ସେବାୟତ ନିଯୋଗର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।ବୈଠକ ଶେଷରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *