ଚିତ୍ରାଙ୍କନ ମାଧ୍ୟମରେ ରେଳ ଷ୍ଟେସନର ରୂପାନ୍ତରଣ

ଚିତ୍ରାଙ୍କନ ମାଧ୍ୟମରେ ରେଳ ଷ୍ଟେସନର ରୂପାନ୍ତରଣ :● ବିଦ୍ୟାଳୟର ପିଲାମାନେ ସାମ୍ପ୍ରତିକ ଏବଂ ପ୍ରସ୍ତାବିତ ଷ୍ଟେସନ ପୁନର୍ବିକାଶ ସମ୍ବନ୍ଧରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଯୋଗ ଦେଇଥିଲେ |● ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଦ୍ୟାଳୟ ପିଲାମାନଙ୍କ ମଧ୍ୟରେ ପ୍ରବନ୍ଧ, ଚିତ୍ରାଙ୍କନ, ବିତର୍କ ପ୍ରତିଯୋଗିତା ଆୟୋଜିତ |● କାନଭାସରେ ବିକଶିତ ଭାରତର ବିକଶିତ ରେଳ |ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 26.02.2024 ତାରିଖ (ସୋମବାର) ଦିନ ଅମୃତ ଷ୍ଟେସନ ଯୋଜନା ଅଧୀନରେ 554 ରେଳ ଷ୍ଟେସନର ପୁନର୍ବିକାଶ ସହିତ 1500 ରୋଡ ଓଭର ବ୍ରିଜ (ROBs) ଏବଂ ରୋଡ ଅଣ୍ଡର ବ୍ରିଜ (RUB) ଗୁଡିକର ଭିଡିଓ କନଫରେନସିଂ ମାଧ୍ୟମରେ ଶିଳାନ୍ୟାସ କରିବା ସହିତ ଉଦ୍ଘାଟନ ଓ ଦେଶକୁ ସମର୍ପଣ କରିବେ |

ଅମୃତ ଷ୍ଟେସନ ଅଧୀନରେ ପୂର୍ବତଟ ରେଳପଥର ର 22 ଟି ଷ୍ଟେସନ୍ ପୁନର୍ବିକାଶ କରାଯିବ ଏବଂ 30 ROB / RUB ଦେଶ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ / ଦେଶକୁ ସମର୍ପଣ କରାଯିବ | ଏହି ପରିପ୍ରେକ୍ଷୀରେ, ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ସହରରେ ଥିବା ବିଦ୍ୟାଳୟ ମାନଙ୍କରେ “2047: ବିକଶିତ ଭାରତ ର ବିକଶିତ ରେଳ” ପ୍ରସଙ୍ଗରେ ସ୍କୁଲ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା |ଏହି ପ୍ରତିଯୋଗିତାରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ 78 ଟି ସ୍କୁଲ୍ ର ପ୍ରାୟ 11000 ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବାବେଳେ କୃତକାର୍ଯ୍ୟ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ସୋମବାର ଆୟୋଜିତ ହେବାକୁଥିବା କାର୍ଯ୍ୟକ୍ରମରେ ସେମାନଙ୍କୁ ପୁରସ୍କୃତ କରାଯିବ | ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି 2047 ସୁଦ୍ଧା ଆମ ଦେଶ ବିକାଶଶୀଳ ହାସଲ କରିବା ପାଇଁ ଭାରତୀୟ ରେଳ କିପରି ଆଧୁନିକୀକରଣ ପଥରେ କ୍ରମାଗତ ଭାବରେ ଆଗକୁ ବଢୁଛି ସେହି ସମ୍ବନ୍ଧରେ ଛାତ୍ରମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ |2047 ସୁଦ୍ଧା ଭାରତୀୟ ରେଳବାଇର ବିକଶିତ ସ୍ଥିତି ପାଇଁ ଯୁବ ପ୍ରତିଭାଶାଳୀ ପିଲାମାନଙ୍କ ମନରେ ଥିବା ଦୃଷ୍ଟିକୋଣ, ଧାରଣା, ପରାମର୍ଶ, ଆଶା ଏବଂ ଦୂରଦୃଷ୍ଟିକୁ ପରିପ୍ରକାଶ କରାଇବାପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା |

Leave a Reply

Your email address will not be published. Required fields are marked *