ନିଖିଳ ଉତ୍କଳ ପାଟରା ସମିତି ପଦାଧିକାରୀ ବୈଠକ

ନିଖିଳ ଉତ୍କଳ ପାଟରା ସମିତି ପଦାଧିକାରୀ ବୈଠକ । ପୁରୀ ତା୨୫.୨ ପୁରୀ ପାଟରା ମଠ ଠାରେ ନିଖିଳ ଉତ୍କଳ ପାଟରା ସମିତି ର ପଦାଧିକାରୀ ବୈଠକ ସଭାପତି ଡ଼ ରୁଦ୍ରନାରାୟଣ ପୃଷ୍ଟି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।ସାଧାରଣ ସମ୍ପାଦକ ମଧ୍ୟ କୁମାର ପାତ୍ର ସମ୍ପାଦକୀୟ ସୂଚନା ପ୍ରଦାନ କରିଥିଲେ ।ଆସନ୍ତା ଏପ୍ରିଲ୍ ଛଅ ସନ୍ଧ୍ୟା ରୁ ଆରମ୍ଭ ହୋଇ ସାତ ତାରିଖ ସକାଳ ଦଶ ଠାରେ ମଠ ପରିସର ରେ ୨୨୫ ଗୋଟି ଥାନ ର ଥାନପତି ଓ ବଡଥାନ ପତି ଙ୍କ ସମାବେଶ ଓ ପ୍ରଶିକ୍ଷଣ ଆୟୋଜିତ ହେବା ସହ ଚୁଡାନ୍ତ ପର୍ଯ୍ୟାୟ ରେ ପହଞ୍ଚିଥିବା ପାଟରା ଭକ୍ତ ନିବାସ ନିର୍ମାଣ ସାରିବା,ଡିସେମ୍ଵର ମାସ ରେ ହେବାକୁ ଥିବା ମହାସଭା ତା ପୂର୍ବରୁ କୁଞ୍ଜବିହାରୀ ମଠ ର ସନନ୍ଦ ବୈଠକ ଇତ୍ୟାଦି ସମ୍ପର୍କ ରେ ଆଲୋଚନା ହୋଇଥିଲା।ଚଉଦ ଗୋଟି ଚକଲା ର ସାଂଗଠନିକ ସ୍ଥିତି ଓ କେବେ କାହାର ପରିଚାଳନା କମିଟି କାର୍ଯ୍ୟକାଳ କବେ ସରି ନୂତନ କମିଟି ଗଠିତ ହେବ ଏନେଇ ସବିଶେଷ ଚର୍ଚ୍ଚା ଆଲୋଚନା ହୋଇଥିଲା ।ଏହି ଆଲୋଚନା ରେ କାର୍ଯ୍ୟକାରୀ ସଭାପତି ନାଥ ଖୁଣ୍ଟିଆ,ଉପସଭାପତି ମନୋଜ କୁମାର ସାହୁ,ରବିନ୍ଦ୍ରନାଥ ସେନାପତି ,କୃଷ୍ଣଚନ୍ଦ୍ର ପାତ୍ର ଆଲୋକ କୁମାର ସାହୁ ଉପଦେଷ୍ଟା ନାରାୟଣ ପାତ୍ର ,କରୁଣାକର ଲେଙ୍କା,ଲକ୍ଷ୍ମୀଧର ପୃଷ୍ଟି ଓ ସମ୍ପାଦକ ଦିବାକର ସାହୁ ଆର୍ତ୍ତତ୍ରାଣ ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିବା ବେଳେ ଅନ୍ୟତମ ସମ୍ପାଦକ ବଲ୍ଲଭ ସାହୁ ଧନ୍ୟବାଦ ଅର୍ପଣ କରିବା ପରେ ବୈଠକ ର ସମାପ୍ତି ଘୋଷିତ ହୋଇଥିଲା ।

Leave a Reply

Your email address will not be published. Required fields are marked *