ମୂଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା
ଯାଜପୁର ବ୍ୟାସନଗର ସହରର ଏନ.ସି. ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି l ଏହାର ୧୪ଜଣ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା l ସ୍କୁଲ୍ରେ ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୋ ସ୍କୁଲ ସଭାପତି ଅର୍ଜୁନ କୁମାର ରାଉତ, ପରିଚାଳନା କମିଟି ସମ୍ପାଦକ ନିରଞ୍ଜନ ବଳ, ଏସଏମଡି ସଭ୍ୟ ସାରଦା ଦାସ, ଡ. ଦୁଷ୍ମନ୍ତ ନାୟକ, କାଉନସିଲର ଭରତ ଓଝା ପ୍ରମୁଖ ଯୋଗଦେଇ ଶିକ୍ଷା ପୁରସ୍କାର ମିଳିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଛାତ୍ରୀ ସୌମ୍ୟାଶ୍ରୀ ସ୍ନେହା ଦାଶ, ତନୁଶ୍ରୀ ବାରିକ ଓ ଛାତ୍ର କେ. ଲଲିତ କୁମାରଙ୍କୁ ରାଜ୍ୟ ମେଧାବୃତ୍ତି ମିଳିଥିବା ବେଳେ ଶୁଭସ୍ମିତା ପୃଷ୍ଟିଙ୍କୁ ଜିଲ୍ଲା ମେଧାବୃତ୍ତି ମିଳିଛି l ସେହିପରି ଜିଲ୍ଲା ଲିଡରସିପ ପୁରସ୍କାର ରେ ସତ୍ୟଜିତ ସାହୁ, ହିମାତ୍ରି ପ୍ରଧାନ ଓ ବ୍ଲକ୍ ସ୍ତରୀୟ ମେଧାବୃତ୍ତ ପ୍ରିୟଙ୍କା ରାଉତ, ସନିଆ ଭୂୟାଁ, ଅନୁରାଗ ସାହୁ, ବର୍ଷା ଷଡ଼ଙ୍ଗୀ, ସ୍ବାଗତିକା ମିଶ୍ର, ମହମ୍ମଦ୍ କାଦିର, ସୌମ୍ୟ ରଂଜନ ସାହୁ, ବନ୍ଦନ ବୈଶାଲଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିବାରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ reporter
