ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଭାସୀ ମାଧ୍ୟମରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି
ଏହି କ୍ରମରେ ଜଗତସିଂହପୁର ପୌରାଞ୍ଚଳରେ ଅନବରତ ପାନୀୟ ଜଳ ଯୋଗାଣ ତଥା ଡ୍ରିଙ୍କ ଫର୍ମ ଟ୍ୟାପ ପାଇଁ ୬୪ କୋଟି ଟଙ୍କା ବ୍ୟୟରେ ଏକ ମେଗା ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।ଏହି ଅବସରରେ ଆଦିକବି ସାରଳା ସଂସ୍କୃତି ଭବନ ପରିସରରେ ଆୟୋଜିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି,ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ,ଜଳ ଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ଅଜୟ କୁମାର ନାୟକ,ଅଶୋକ କୁମାର ରାଉତ,ପୌର ନିର୍ବାହୀ ଅଧିକାରୀ ତାରିଣୀ ପ୍ରସାଦ ମହାନ୍ତି ପ୍ରମୁଖ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ଏହି ପ୍ରକଳ୍ପ ସହରାଞ୍ଚଳରେ ଜଳ ଯୋଗାଣରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ ।
ଜଗତସିଂହପୁର ରୁ Rita ସାହୁ
