ଖୋର୍ଦ୍ଧା ପୁରୀ ମୁଖ୍ୟ ରାସ୍ତାର ସାକ୍ଷୀଗୋପାଳ ଅଳଗୁମ ରାସ୍ତାରେ ପ୍ରସ୍ତାବିତ ରେଳ ଧାରଣା ଉପରେ ପୋଲ ନିର୍ମ।ଣ

ପୁରୀ/ସତ୍ୟବାଦୀ, ୨୯/୦୨/୨୦୨୪ ପୁରୀ ଜିଲ୍ଲା ସତ୍ୟବାଦୀ ତହସିଲ ଅନ୍ତର୍ଗତ ପେଣ୍ଠପଡା @ ସତ୍ୟବାଦୀ @ ଗୋପାଳପୁର ପାଟଣା ଓ ଜୟପୁର ଗ୍ରାମରେ “ଖୋର୍ଦ୍ଧା ପୁରୀ ମୁଖ୍ୟ ରାସ୍ତାର ସାକ୍ଷୀଗୋପାଳ ଅଳଗୁମ ରାସ୍ତାରେ ପ୍ରସ୍ତାବିତ ରେଳ ଧାରଣା ଉପରେ ପୋଲ ନିର୍ମ।ଣ” ପାଇଁ ବେସରକାରୀ ଜମି ଅଧିଗ୍ରହଣ ନିମିତ୍ତ ଧାରା-୫ ଅନୁସାରେ ଜନଶୁଣାଣୀ ଆଜି ଅନୁଷ୍ଠିତ ହୋଇଯାଇଅଛି । ପେଣ୍ଠପଡା @ ସତ୍ୟବାଦୀ @ ଗୋପାଳପୁର ପାଟଣା ପାଇଁ ଦିବା-୧୧ ଘଟିକାରେ ପେଣ୍ଠପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଓ ଜୟପୁର ଗ୍ରାମ ପାଇଁ ଦିବା-୩ ଘଟିକାରେ ବାଟମହାବୀର ମନ୍ଦିର ପାଖରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଜନଶୁଣାଣୀ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୈଳାସ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିବା ସହ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସତ୍ୟବାଦୀ ଅଞ୍ଚଳରେ ଗମନା ଗମନରେ ଅସୁବିଧା ଦୂରହେବ ବୋଲି ମତବ୍ୟକ୍ତ କରିଥିଲେ । .

ଏହି କାର୍ଯ୍ୟକ୍ରମରେ ପେଣ୍ଠପଡାରେ ମୋଟ ୧୪୫ ଜଣ ଓ ଜୟପୁରରେ ୪୦ଜଣ ପ୍ରଭାବିତ ବ୍ୟକ୍ତି ଉପସ୍ଥିତ ଥିଲେ । ଭୂ-ଅର୍ଜନ ଅଧିକାରୀ ଶ୍ରୀ ନିରଞ୍ଜନ ବାରିକ , ଗୋଷ୍ଠି ଉନ୍ନୟନ ଅଧିକାରୀ ଲିପ୍ସା ରାୟ, ଅତିରିକ୍ତ ତହସିଲଦାର ପ୍ରିୟଦର୍ଶୀ ରାଜେଶ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ମାନସ ମଲ୍ଲିକ ଉପସ୍ଥିତ ଥିଲେ । ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ଦ୍ଵାରା ପ୍ରାଧିକୃତ ସଂସ୍ଥା ଲାଇଫ ଏକାଡେମି ଅଫ ଭୋକେଶ᳭ନାଲ ଷ୍ଟଡିଜର (Life Academy of vocational studies) ଅଧିକାରୀ ମାନେ ଚିଠା ସାମାଜିକ ପ୍ରଭାବ ଆକଳନ ଉପସ୍ଥାପନ କରିଥିଲେ । ଚିଠା ସାମାଜିକ ପ୍ରଭାବ ଉପରେ ପେଣ୍ଠପଡା ସରପଞ୍ଚ ଶ୍ରୀଯୁକ୍ତ ଚିନ୍ମୟ ରାଉତ ଓ ଜୟପୁର ସରପଞ୍ଚ ଶ୍ରୀମତୀ ଆରାଧ୍ୟନା ସାମନ୍ତରାୟ ନିଜର ମତ ପ୍ରକାଶ କରିଥିଲେ । ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ କ୍ଷତିଗ୍ରସ୍ତକୁ ଉଚିତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଥିଲେ । କନକ ପଣ୍ଡା ସଭାପତି ୱାର୍ଡ (WARD) Woman Organisation for Rural Development ଏବଂ ବୀଣାପାଣି ସଭାପତି (SWAD) society for woman action Development ପ୍ରକଳ୍ପକୁ ଅଞ୍ଚଳର ଆବଶ୍ୟକତା ଥିବା ଦର୍ଶାଇଥିବା ବେଳେ କ୍ଷତିଗ୍ରସ୍ତକୁ ଉଚିତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଥିଲେ । ଉପସ୍ଥିତ ଜନସାଧାରଣ ମଧ୍ୟ ଉଚିତ କ୍ଷତିପୂରଣ ପ୍ରଦାନକରି ପ୍ରକଳ୍ପ କରିବାକୁ ମତପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *