ଗୁଣି ଗାରେଡି ସନ୍ଦେହରେ ମହିଳାଙ୍କୁ ହତ୍ୟା

ବିଜ୍ଞାନ ଯୁଗରେ ଲୋକ ଆଜି ମଧ୍ୟ ଅନ୍ଧ ବିଶ୍ୱାସ ରେ ଜୀବନ ଯାପନ କରୁଥିବା ଦେଖିବାକୁ ମିଳିଛି!ଏହି ଅନ୍ଧ ବିଶ୍ୱାସ ରେ ଲୋକଙ୍କୁ ହତ୍ୟା ଜାରିବାକୁ ପଛଉ ନାହିଁ ମଣିଷ!ଜଣେ 50ବର୍ଷୀୟ ମହିଳାଙ୍କୁ ଗୁଣି ଗାରେଡି ସନ୍ଦେହ କରି ହତ୍ୟା କରାଯାଇଥିବା ଘଟଣା ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି!ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନରେ ଥିବା ଆଦିବାସୀ ମେନ୍ଦାବେଡା ଗ୍ରାମରେ!ସୂଚନା ଅନୁଯାଇ :ମେନ୍ଦାବେଡା ଗ୍ରାମର ଚମରିନ ଭତ୍ରା ନାମକ 50ବର୍ଷୀୟ ମହିଳାଗତକାଲି ରାତି ପ୍ରାୟ 10ଘଂଟିକା ସମୟରେ ଖାଇ ସାରି ନିଜ ଘରେ ବସିଥିବା ସମୟରେ ତାଙ୍କ ସାମ୍ନା ଘର ର ମୋହନ ଗଣ୍ଡ, କମଲ ଭତ୍ରା, ପଦଲାମ ଗଣ୍ଡ, ପରମେଶ ଗଣ୍ଡ, ଚମାରୁ ଗଣ୍ଡ, ମଦନ ଗଣ୍ଡ, କାମିନୀ ଗଣ୍ଡ ଉକ୍ତ ମହିଳା ଙ୍କୁ ଘରୁ ଟାଣି ଆଣି ମୁଖ୍ୟ ରାସ୍ତାରେ ଟାଙ୍ଗିଆ ଯୋଗେ ହତ୍ୟା କରିବା ପରେ ଶବ ଟିକୁ ଘୋଷାଡ଼ି ଘୋଷାଡ଼ି ଆଣି ରୋଷେଇ ଘର ନିକଟରେ ଏକ ଗର୍ତ୍ତ ଖୋଳି ସେଥିରେ ପୋତିବାକୁ ଚେଷ୍ଟା କରୁଥିବା ବେଳେ ମୃତ ମହିଳାଙ୍କ ଝିଅ କ୍ଷମା ଭତ୍ରା ସେମାନଙ୍କୁ ବିରୋଧ କରିବାରୁ ହତ୍ୟାକାରୀ ମାନେ କ୍ଷମା କୁ ମଧ୍ୟ ଛାଡି ନ ଥିଲେ, ସେମାନେ ଖମା କୁ ମାଡ଼ ମାରି କ୍ଷତ ବିକ୍ଷତ କରି ଫେରାର ଥିବା ଜଣାପଡିଛି!କ୍ଷମା ବର୍ତମାନ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସାଧୀନ ଅଟନ୍ତି!ଉକ୍ତ ଘଟଣା ବିଷୟରେ ପରିବାର ଲୋକେଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି!

Leave a Reply

Your email address will not be published. Required fields are marked *