ବ୍ରlହ୍ମଣି ନଦୀ ଉପରେ ସେତୁ ଶିଳାନ୍ୟାସ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ର ଖାଲପାଳ ଗ୍ରାମ ଠାରୁ ତାଳଚେର କୁ ସଂଯୋଗ ପାଇଁ ଏକ ସେତୁ ତିଆରି ନିମନ୍ତେ ଗୁରୁବାର ଅପରାହ୍ନ ରେ ଶିଳାନ୍ୟାସ କରିଥିବା ଦେଖାଯାଇଛି |ଏହି ବ୍ରିଜ ର ଅଟକଳ ମୂଲ୍ୟ 76 କୋଟି ହୋଇଥିବା ବେଳେ କାର୍ଯ୍ୟକୁ ଟେଣ୍ଡର ଦିଆଯାଇ କାର୍ଯ୍ୟ ଆରମ୍ଭ ହେବାକୁ ଥିବା ବେଳେ ଅଢେଇ ବର୍ଷ ଭିତରେ କାମ ସମ୍ପାଦନ ହେବବୋଲି ଅତିଥି ଅବିଭାଷଣ ରଖିଥିଲେ |ଏହି ବ୍ରିଜ ଟି ହେବାଦ୍ବାରା 53 ନଂ ଜାତୀୟ ରାଜପଥ ଠାରୁ ଖାଲପାଳ ଘାଟ ଦେଇଗଲେ ତାଳଚେର ରାଜବାଟୀ ନିକଟ ରାସ୍ତାରେ ସଂଯୋଗ ହେଲେ ଅଳ୍ପ ରାସ୍ତାରେ ତାଳଚେର ଯିବାକୁ ଲୋକଙ୍କ ବହୁ ସୁବିଧା ହୋଇପାରିବ ଏବଂ ବୁଦ୍ଧି ଜିବି ଙ୍କ ମତ ପ୍ରକାଶ ଓଡିଶା ସରକାର ଙ୍କ ଏହି କାମକୁ ଭୁରୀ ଭୁରୀ ପ୍ରଶଂସା କରଛନ୍ତି ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ସମ୍ମାନିତ ଅତିଥିଭାବେ ସ୍ଥାନୀୟ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ, ସାଂସଦ ମହେଶ ସାହୁ,ଜିଲ୍ଲାପରିଷଦ ସଭ୍ୟ ନିରାକାର ପ୍ରଧାନ, ସଭ୍ୟା ରୁନୁ ବର୍ମା,ବିଭାଗୀୟ ଏସ ଇ ପ୍ରତାପ ହରିପାଲ, ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଵି ଜେ ଡି ସଭାପତି କୃଷ୍ଣ ଚନ୍ଦ୍ର ମହାନ୍ତି, ଶ୍ରମିକ ନେତା ଦିଲୀପ ବର୍ମା, ପ୍ରେମାନନ୍ଦ ସାହୁ ପ୍ରମୁଖ ପାଞ୍ଚଶହ ରୁ ଉର୍ଦ୍ଧ ଅଞ୍ଚଳ ବାସୀ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ରେ ସାମିଲ ହୋଇ ଥିଲେ।
