ଜିଲ୍ଲା ଭିର୍ଣ୍ଣକ୍ଷମ ପୁନର୍ବାସ କେନ୍ଦ୍ର ଆଶ୍ରା ରେ ଆନ୍ତର୍ଜାତିୟ ହୁଇଲ ଚେୟାର ଦିବସ ପାଳନ

ଜଗତସିଂହପୁର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ଆଶ୍ରା ଠାରେ ଆନ୍ତର୍ଜାତୀୟ ହୁଇଲ ଚେୟାର ଦିବସ 2024 ପାଳିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ଜିଲ୍ଲା ପ୍ରଶାସନ ର ବରିଷ୍ଠ ଅଧିକାରୀ ଓ ଆଶ୍ରା କେନ୍ଦ୍ର ର ଅଧିକାରୀ ମାନେ ଉପସ୍ଥିତ ରହି ଭିନ୍ନକ୍ଷମ ପିଲା ମାନଙ୍କୁ ହୁଇଲ ଚେୟାର ପ୍ରଦାନ କରିଥିଲେ । ମାର୍ଚ୍ଚ ମାସ 1 ତାରିଖକୁ ଆନ୍ତର୍ଜାତୀୟ ହୁଇଲ ଚେୟାର ଦିବସ ଭାବେ ପାଳନ ହୋଇ ଆସୁଛି । ତେବେ ଆଜି ପ୍ରାୟ 50 ରୁ ଉର୍ଦ୍ଧ୍ବ ପିଲା ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ହୁଇଲ ଚେୟାର ବଣ୍ଟନ କରାଯିବା ସହିତ ଆନ୍ତର୍ଜାତୀୟ ପାରା ଅଲମ୍ପିକ ର ଖେଳାଳି ପ୍ରଫୁଲ୍ଲ ଖଣ୍ତାୟତ ରାୟ ଯୋଗ ଦେଇ ପିଲା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପ୍ରଶାସନ ର ବରିଷ୍ଠ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ ଆଶ୍ରା ର ଅଧିକାରୀ ମାନେ ଉପସ୍ଥିତ ଥିଲେ । l

ଜଗତସିଂହପୁର ରୁ Rita ସାହୁ

Leave a Reply

Your email address will not be published. Required fields are marked *