ହୁଇଲ ଚେଆର ଦିବସ ପାଳିତ
*ପୁରୀ୧/୩ ଭିନ୍ନକ୍ଷମ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଓ ଜିଲ୍ଲାପ୍ରଶାସନ ପୁରୀ ତରଫରୁ ବିଶ୍ଵ ହୁଇଲ ଚେୟାର ଦିବସ ପାଳନ କରାଯାଇଛି।ବଡ଼ଶଙ୍ଖ ସ୍ଥିତ ରାଣୀ ସତି ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାଶ ଚନ୍ଦ୍ର ନାୟକ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ।ବିଶିଷ୍ଟ ବ୍ୟଙ୍ଗକବି ନାଟ୍ୟକାର ରତ୍ନାକର ବେହେରା ଶ୍ରୀକ୍ଷେତ୍ର ଇନର ହୂଇଲ୍ କ୍ଲବର ସମ୍ପାଦିକା ରାଜ ଲକ୍ଷ୍ମୀ ଦାସ ପ୍ରଭୃତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଥିଲେ।କାର୍ଯ୍ୟ କ୍ରମ ପ୍ପ୍ରାରମ୍ଭରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ ଶେଖର ମହାରଣା ସ୍ବାଗତ ଭାଷଣ ଦେଇ ଥିଲେ ।ପୁରୀ ଜିଲ୍ଲା ଦିବ୍ୟାଙ୍ଗ ମହାମଞ୍ଚ ଅଧକ୍ଷ ସିଦ୍ଧାର୍ଥ ରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଏହି ଅବସରରେ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରୁ ଏକ ହୁଇଲ ଚେୟାର ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା ।ଏହି ଦିବସ ପାଳନ ଅବସରରେ ଭିନ୍ନକ୍ଷମ ମାନଙ୍କ ମଧ୍ୟରେ ବକ୍ତୃତା,ସଙ୍ଗୀତ,ନୃତ୍ୟ କବିତା , ମ୍ୟୁଜିକ ହୁଇଲ ଚେୟାର ଇତ୍ୟାଦି କାର୍ଯ୍ୟ କ୍ରମ ଆୟୋଜିତ ହୋଇଥିଲା।୧୫ ଜଣ ଭିନ୍ନକ୍ଷମଙ୍କୁ ନ୍ୟୁଟ୍ରେଶନ ବ୍ୟାଗ୍,୧୦ ଜଣଙ୍କୁ ହୂଇଲ୍ ଚେୟାର୍,ଏବଂ ନିଜେ ବିଭିନ୍ନ କ୍ଷେତ୍ରରେ ସ୍ବାବଲମ୍ବୀ ହୋଇଥିବା ୧୫ ଜଣ ବ୍ୟକ୍ତି ବିଶେଷ ମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା।କାର୍ଯ୍ୟକ୍ରମକୁ ଗଜଲକ୍ଷ୍ମୀ ରାୟ,ବନିତା ଦୀକ୍ଷିତ ,ଦୀପକ ପଳେଇ, ବର୍ଷା ମିଶ୍ର ,ଶ୍ରୀଧର ବେହେରା,ଶିଶିର ସାହୁ ପ୍ରଭୁ ପ୍ରସାଦ ପଣ୍ଡା ପରିଚଳନା କରିଥିଲେ।କାର୍ଯ୍ୟକ୍ରମ ଶେଷରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଅନିତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
