ଯୁବକ ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ
କେସିଙ୍ଗା ବ୍ଲକ ଲଇତରା ପଞ୍ଚାୟତର କଲୋନୀ ପଡା ଠାରେ ସ୍ଥାନୀୟ ଅଧିବାସୀ ଏବଂ ଯୁବକ ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ଶ୍ରୀ ମଣ୍ଟୁ ନାଏକ ତୃଣମୂଳ ସ୍ତରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା ଯଥା ଆମ ଓଡ଼ିଶା ନବୀନ ଓଡ଼ିଶା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ ଅନ୍ୟାନ୍ୟ ଯୋଜନା କିଭଳି ପହଞ୍ଚି ପାରିବ ସେ ନେଇ ସ୍ଥାନୀୟ ଅଧିବାସୀ ଙ୍କ ଆଲୋଚନା କରିଥିଲେ । ବିଜେଡି ସଂଗଠନକୁ ଓ୍ବାର୍ଡ ସ୍ତରରୁ ମଜଭୂତ କରିବା ସହିତ ଷଷ୍ଠ ଥର ପାଇଁ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ନବୀନ କାର୍ଡ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନଙ୍କୁ ସମସ୍ତେ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ସ୍ଥାନୀୟ ସମସ୍ୟା ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରିବା ସହ ସମାଧାନ ପାଇଁ କେସିଙ୍ଗା ତହସିଲଦାରଙ୍କ ସହ ଫୋନ ଯୋଗେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୁବ ନେତା ଜଗା ଭୋଇ, ନରେଶ କୁମାର, ରୁତୁ ମାଝୀ, କୈଲାସ ଯାନୀ, ପ୍ରବୀଣ ବାଗ, ଆଶୁତୋଷ ବେହେରା, ସବିର ନାଏକ, ମହିଳା ନେତ୍ରୀ ଆମୀ ଜାନୀ, ପ୍ରମିଳା ବାଗ, ତୁଲସା ଭୋଇ, କୁମାରି ସୁନା, କୁନ୍ତି ବିନିଆ, ସମାଜସେବୀ ସୁଦାମ ସୁନା , ପରମାନନ୍ଦ ବାଗ, ଆଦିବାସୀ ଯୁବ ନେତା ନରେଶ ଶବର, ରୁତୁରାଜ ଶବର ,ଯୁବ-ଛାତ୍ର ମହିଳା, ବରିଷ୍ଠ କର୍ମକର୍ତ୍ତା ତଥା ସ୍ଥାନୀୟ ଅଧିବାସୀ ଉପସ୍ଥିତ ଥିଲେ।
