ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆତ୍ମ-ସୁରକ୍ଷା ତାଲିମ୍ ଶିବିର ଉଦ୍ଘାଟନ

ଆସିକା ତା ୨/୩ : ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ନାରୀ ସଶକ୍ତିକରଣ ନେଇ ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ଆସିକା ବିଜ୍ଞାନ ମହାବିଦ୍ୟାଳୟରେ କାର୍ଯ୍ୟକ୍ରମ ହୋଇଯାଇଛି । ଏହି ଅବସରରେ ଆସିକା ଏନ ଏ ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍ ମୁଖ୍ୟବକ୍ତା ରୂପେ ଉପସ୍ଥିତ ଥିବା ବେଳେ ମୁଖ୍ୟ ଅତିଥି,ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅବସର ପ୍ରାପ୍ତ ପ୍ରଫେସର ପ୍ରସନ୍ନ କୁମାର ପ୍ରଧାନ ଏବଂ ସମ୍ମାନିତ ଅତିଥି ରୂପେ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ବରିଷ୍ଠ ପ୍ରାଧ୍ୟାପିକା ତଥା ବିଭାଗ ମୁଖ୍ୟା ଡ. ସ୍ମିତାରାଣୀ ପଣ୍ଡା ମଞ୍ଚାସୀନ ଥିଲେ।

ସଂଯୋଜିକା ସୁ୍ଶ୍ରୀ ମିନତି ବେହେରା ଅତିଥିମାନଙ୍କ ପରିଚୟ ପ୍ରଦାନ କରି ତାଲିମ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ପ୍ରତିପାଦନ କରିଥିଲେ। ଯୁକ୍ତ ତିନି ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ତାଲିମ ଶିବିରଟି ଚଳିତ ମାସର ୨ ତାରିଖ ରୁ ଆରମ୍ଭ ହୋଇ ୩୦.୩.୨୦୨୪ ମଧ୍ୟରେ ସମାପ୍ତ ହେବାର ସୂଚ଼ନା କଲେଜ ଅଧକ୍ଷ ଦେଇଛନ୍ତି । ଆଜିର ଏ ସମାଜରେ ଦୈନିକ ନାରୀ ମାନଙ୍କ ପ୍ରତି ହେଉଥିବା ବେଳେ ଯୌନ ଉତ୍ପୀଡନ ପରି ଅନେକ ଖରାପ ବ୍ୟବହାର ଏପରିକି ଏସିଡ୍ ଫିଙ୍ଗିବା, ଅସଦାଚରଣ କାର୍ଯ୍ୟକଳାପରୁ ବର୍ତ୍ତିବା ପାଇଁ ଏହା ଏକ ସରକାରଙ୍କ ଅଭିନବ ଆୟୋଜନ ବୋଲି ମଂଚାସୀନ ଅତିଥି ମାନେ କହିବା ସହ ସମାଜର ସମସ୍ତ କ୍ଷେତ୍ରରେ ନାରୀମାନଙ୍କ ପ୍ରମୁଖ ଭୂମିକା ରହିବା ଆବଶ୍ୟକ ବୋଲି ମତ ରଖିଥିଲେ । ଉପସ୍ଥିତ ବୁଦ୍ଧି ହିଁ ଆତ୍ମସୁରକ୍ଷାର ମୂଳମନ୍ତ୍ର ବୋଲି ଅତିଥିମାନେ ଛାତ୍ରୀମାନଙ୍କୁ ଆହ୍ବାନ କରିଥିଲେ।ଆତ୍ମସୁରକ୍ଷା ତାଲିମ ନାରୀମାନଙ୍କ ପାଇଁ ରକ୍ଷା କବଚ କହିଛନ୍ତି ସମ୍ମାନିତ ଅତିଥିକହିଛନ୍ତି. ସେହି ପରି ଆତ୍ମସୁରକ୍ଷା ନାରୀ ସଶକ୍ତିକରଣର ଏକ ଅଂଶ ବିଶେଷ ମୁଖ୍ୟବକ୍ତା ମତ ରଖିଛନ୍ତି ଉପସ୍ଥିତ ବୁଦ୍ଧି ହିଁ ଆତ୍ମସୁରକ୍ଷାର ମୂଳମନ୍ତ୍ର କହିଛନ୍ତି ମୁଖ୍ୟ ଅତିଥି lଆତ୍ମସୁରକ୍ଷା କୌଶଳର ସଦବିନିଯୋଗ ହିଁ ଆତ୍ମସୁରକ୍ଷା ତାଲିମର ସାର୍ଥକତା ଅଧ୍ୟକ୍ଷ କହିଛନ୍ତି l ମାଷ୍ଟର ଟ୍ରେନର ପ୍ରାକ୍ତନ ଛାତ୍ରୀ ଦ୍ବୟ ସୁଶ୍ରୀ ଶୀବାନି ମହାରଣା ଏବଂ ଲିଜାରାଣୀ ପାତ୍ରଙ୍କ ଦ୍ବାରା ଆତ୍ମସୁରକ୍ଷା ତାଲିମର କେତେକ ନିତ୍ସକ କୌଶଳ ପରିବେଷଣ କରାଯାଇଥିଲା।ଆତ୍ମସୁରକ୍ଷା କ୍ଳବର ଅଧ୍ୟାପିକା ଶୈଲ କୁମାରୀ ଝା, ରେଶମା ପାତ୍ର, ଡ. ଜିନିତ ସବା ଓ କୁନିକା ଦାଶ ତାଲିମ ଶିବିରର ସମସ୍ତ କାର୍ଯ୍ୟକୁ ତ୍ବରାନ୍ବିତ କରିବାରେ ସହଯୋଗ କରିଥିଲେ। ପରିଶେଷରେ ସଂଯୋଜିକା ଅଧ୍ୟାପିକା ସୁଶ୍ରୀ ରଶ୍ମିପ୍ରିୟା କାଲୋ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *