ଆମ ଓଡ଼ିଶା ନବୀନ ଓଡିଶା ସଚେତନ କାର୍ଯ୍ୟକ୍ରମ ପାଇଁ କେସିଙ୍ଗା ବ୍ଲକ ପୁରସ୍କୃତ

ଆମ ଓଡ଼ିଶା ନବୀନ ଓଡିଶା ସଚେତନ କାର୍ଯ୍ୟକ୍ରମ ପାଇଁ କେସିଙ୍ଗା ବ୍ଲକ ପୁରସ୍କୃତ । କଳାହାଣ୍ଡି ଜିଲ୍ଲା ରେ ୧୩ ଟି ବ୍ଲକ ରହିଛି ।ଗତ କିଛି ଦିନ ତଳେ ରାଜ୍ୟ ସରକାରଙ୍କ ତରଫ ରୁ ରାଜ୍ୟ ର ସମସ୍ତ ବ୍ଲକ୍ ରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଗ୍ରାମ ପଞ୍ଚାୟତ ରେ ସରକାରଙ୍କ ଦ୍ଵାରା କରାଯାଇଥିବା ଉନ୍ନତି ମୂଳକ କାର୍ଯ୍ୟ କୁ ଲୋକଙ୍କ ପାଖରେ ଭିଡିଓ ଗ୍ରାଫି ଓ ଜନ ପ୍ରତିନିଧି ମାନକ ଦ୍ଵାରା ପହଞ୍ଚିଥିଲେ ସରକାର ।କେସିଙ୍ଗା ବ୍ଲକ ର ସମସ୍ତ ପଞ୍ଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟ କ୍ରମକୁ ସୂଚାରୁ ରୂପେ ତୁଲାଇଥିବା ଓ କାର୍ଯ୍ୟକ୍ରମ ରେ ଉଚ୍ଚ କୋଟିର ଭିଡିଓ ଗ୍ରାଫି ପାଇଁ ଆଜି କେସିଙ୍ଗା ବ୍ଲକ୍ ଜିଲ୍ଲାରେ ତୃତୀୟ ସ୍ଥାନ ଅଧିକାର କରିଛି । ଆଜି କଳାହାଣ୍ଡି ଜିଲ୍ଳାପାଳ୍ ପି ଅନ୍ନେଶା ରେଡ୍ଡୀ ଓ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂହଦେଓ ଙ୍କ ହସ୍ତରୁ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି,ଓ କେସିଙ୍ଗା ବ୍ଲକ ଉନ୍ନୟନ ଅଧିକାରୀ ପଦ୍ମନାଭ ପୁରୋହିତ ମାନପତ୍ର ସହ ପୁରସ୍କାର ଗ୍ରହଣ କରିଛନ୍ତି l ଏଠାରେ ପ୍ରକାଶ ଥାଉ କି କିଛି ଦିନ ପୂର୍ବରୁ କେସିଙ୍ଗା ବ୍ଲକ ଅଧ୍ୟକ୍ଷ,ଓ କେସିଙ୍ଗା ବ୍ଲକ ଉନ୍ନୟନ ଅଧିକାରୀ ରାଜଧାନୀ ଭୁବନେଶ୍ୱର କୁ ଯାଇ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସାରା ରାଜ୍ୟରେ କେସିଙ୍ଗା ବ୍ଲକ୍ ଦୁଇ ନମ୍ବର ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ।ଏହାକୁ ନେଇ କେସିଙ୍ଗା ବ୍ଲକ ପ୍ରଶାସନ ତଥା କେସିଙ୍ଗା ବ୍ଲକ ର ସମସ୍ତ ଜନ ସାଧାରଣ ଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି।

Leave a Reply

Your email address will not be published. Required fields are marked *