ବାଲିଗୁଡା ରେ ବିଜେଡି ର ବିଶାଳ କର୍ମୀ ସମ୍ବିଳନୀ
ବାଲିଗୁଡା ରେ ବିଜେଡି ର ବିଶାଳ କର୍ମୀ ସମ୍ବିଳନୀ ଓ ମିଶ୍ରଣ ପର୍ବ /ଦୁଇ ହଜାର ରୁ ଉର୍ଧ୍ଵ କଂଗ୍ରେସ ଓ ବିଜେପି କର୍ମୀ ବିଜେଡି ରେ ସାମିଲ କନ୍ଧମାଳ ଜିଲ୍ଲା ବାଲିଗୁଡା 5/3/2024 କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସଭାଗୃହ ଠାରେ ବିଜୁ ବାବୁ ଙ୍କ 108 ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏକ ବିରାଟ କର୍ମୀ ସମ୍ବିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି | ବାଲିଗୁଡା ନିର୍ବାଚନ ମଣ୍ଡଳୀ ସଂଯୋଜକ ଟୁନା ଦାସ ଙ୍କ ନେତୃତ୍ୱ ରେ ଏକ ବିଶାଳ କର୍ମୀ ସମ୍ବିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି |ଏଥିରେ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତାନନ୍ଦ ସାମନ୍ତ ଙ୍କ ଉପସ୍ଥିତି ରେ କୋଟଗଡ, ତୁମୁଡିବନ୍ଧ ଓ ବାଲିଗୁଡା ଓ କ ନୂଆଗାଁ ବ୍ଲକ ର ଦୁଇ ହଜାର ରୁ ଉର୍ଧ୍ଵ ବିଜେପି ଓ କଂଗ୍ରେସ କର୍ମୀ ଵିଧିବଦ୍ଧ ଭାବେ ବିଜେଡି ରେ ସାମିଲ ହୋଇଛନ୍ତି | ବାଲିଗୁଡା ବ୍ଲକ ପୂର୍ବତନ କଂଗ୍ରେସ ଜିଲ୍ଲା ପରିଷଦ ସଦସ୍ୟ କିଆ ସିଂ ମଳିକ ବିଜେପି ଯୁବ ନେତା ତଥା ସମାଜ ସାମ୍ବାଦିକ ଭଗବତୀ ପ୍ରସାଦ ସାବତ, କଂଗ୍ରେସ ଯୁବ ନେତା ତଥା ସମ୍ବାଦ ସାମ୍ବାଦିକ ଅସିତ କୁମାର ବେହେରା ବିଜେପି ନେତା ରାମ କୁମାର ପାଣିଗ୍ରାହୀ ସମେତ ବାଲିଗୁଡା ଏନଏସି ର ବିଭିନ୍ନ ୱାର୍ଡ ରୁ ମଧ୍ୟ କଂଗ୍ରେସ ଓ ବିଜେପି କର୍ମୀ ବିଜେପି ରେ ସାମିଲ ହୋଇଛନ୍ତି | ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ, ବାଲିଗୁଡା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଅଜୟ ମହାରଣା,ପୂର୍ବତନ ବିଧାୟକ ରାଜୀବ ପାତ୍ର,ତୁମୁଡିବନ୍ଧ ବ୍ଲକ ବିଜେଡି ସଭାପତି ପ୍ରମୋଦ ସାହୁ, କୋଟଗଡ ବ୍ଲକ ସାଂସଦ ପ୍ରତିନିଧି ମନୋଜ ସାବତ,ବିଜେଡି ସଭାପତି ଷ୍ଟିଫେନ ପ୍ରଧାନ, କ ନୂଆଗାଁ ବ୍ଲକ ସଭାପତି ଭାଗ୍ୟବାନ ବେହେରା,କ ନୂଆଗାଁ ବ୍ଲକ ସାଂସଦ ପ୍ରତିନିଧି ସହଦେଵ ପାତ୍ର,ବାଲିଗୁଡା ନଗର ସଭାପତି ଅବନୀକାନ୍ତ ନାୟକ, ବାଲିଗୁଡା ଏନଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ ସମେତ ଦଳୀୟ ପଦାଧିକାରୀ ଓ ଲୋକ ପ୍ରତିନିଧି ଉପସ୍ଥିତ ଥିଲେ | ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ଜନକଲ୍ୟାଣ ଯୋଜନା ଓ ବିକାଶ କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ କଂଗ୍ରେସ ଓ ବିଜେପି କର୍ମୀ ଦଳ ଛାଡି ବିଜେଡି ରେ ସାମିଲ ହୋଇଛନ୍ତି | ବିଜୁ ବାବୁ ଙ୍କ ଜୟନ୍ତୀ ପାଳନ ଅବସରରେ ବିଜେଡି ର ବିଶାଳ କର୍ମୀ ସମ୍ବିଳନୀ ରେ ବାଲିଗୁଡା ନିର୍ବାଚନ ମଣ୍ଡଳୀ ରୁ ପନ୍ଦର ହଜାର ରୁ ଉର୍ଧ୍ଵ ବିଜେଡି କର୍ମୀ ଯୋଗଦେଇ ଥିଲେ
