ଶିକ୍ଷକ ଶିକ୍ଷୟିତ୍ରୀମାନେ ହିଁ ସମାଜ ନାଆର ଶ୍ରେଷ୍ଠ ନାବିକ
ଶିକ୍ଷକ ଶିକ୍ଷୟିତ୍ରୀମାନେ ହିଁ ସମାଜ ନାଆର ଶ୍ରେଷ୍ଠ ନାବିକ। ଡେଲାଙ୍ଗ -ଶିକ୍ଷା ହିଁ ପ୍ରତିଟି ମଣିଷ ପାଇଁ ଶ୍ରେଷ୍ଠ ମହୌଷଧି ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ହିଁ ସମାଜ ସମୃଦ୍ଧି ନାଆର ଶ୍ରେଷ୍ଠ ନାବିକ ବୋଲି ଜେନାପୁର ଗ୍ରାମ ପଞ୍ଚାୟତର ବ୍ରାହ୍ମଣବାଡ଼ ଠାରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ବ୍ରାହ୍ମଣବାଡ଼ର ବରିଷ୍ଠ ଆଦର୍ଶ ଶିକ୍ଷକ ସଦାଶିବ ବିଶ୍ବାଳଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ମାନ୍ୟଗଣ୍ୟ ଅତିଥି ଭାବେ ପୂର୍ବତନ ବିଇଓ ଶିକ୍ଷାବିତ୍ ସଚ୍ଚିଦାନନ୍ଦ ପ୍ରଧାନ ,ଅଣ ଆନୁଷ୍ଠାନିକ ଶିକ୍ଷା କେନ୍ଦ୍ରର ପ୍ରାକ୍ତନ ପ୍ରକଳ୍ପ ଅଧିକାରୀ ପ୍ରଫୁଲ୍ଲ କୁମାର ମହାରଣା , ପୂର୍ବତନ ବିଇଓ ଯୁଧିଷ୍ଠିର ପରିଡ଼ା,ଏବିଇଓ ଶ୍ୟାମସୁନ୍ଦର ଦାସ, ବର୍ତ୍ତମାନର ସହ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ପ୍ରଧାନ, ସଞ୍ଜୁକ୍ତା ମିଶ୍ର, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ,ସରପଞ୍ଚ ବିଶ୍ଵନାଥ ପଟ୍ଟନାୟକ,ଅବସରପ୍ରାପ୍ତ ଶିକ୍ଷକ ଭୁବନେଶ୍ୱର ସ୍ବାଇଁ,ଶିକ୍ଷକ ନେତା ଦିଗମ୍ବର ରଥ, ପ୍ରଶାନ୍ତ ଦାସ ,ପବିତ୍ର ଜେନା, ମିଟୁ କିଶୋର ପ୍ରଧାନ, ଦୟାନିଧି ମାର୍ଥା, ସମାଜସେବୀ ଗୁଣ୍ଡିଚା ବଳିୟାର ସିଂହ , କୈଳାସ ପ୍ରଧାନ ପ୍ରମୁଖ ଯୋଗଦେଇ ମୂଲ୍ୟବୋଧଭିତ୍ତିକ ଅଭିଭାଷଣରେ ଅଭିବ୍ୟକ୍ତ କରିଛନ୍ତି। ଉତ୍ସବରେ ଶିକ୍ଷକ ଅଭୟ ଚରଣ ସାହୁ ଓ ଦିଲ୍ଲୀପ ନାୟକ ମଞ୍ଚ ସଂଯୋଜନା ଓ ସୁପରିଚାଳନା କରିଥିଲାବେଳେ ପ୍ରବଚକ ସୁଧୀର ଜେନା ଅତିଥି ପରିଚୟ ଦେଇଥିଲେ।ଅନ୍ତରଙ୍ଗ ପ୍ରଧାନ ଶିକ୍ଷକ ଗୋପାଳ ବେହେରା, ସୁନାମଧନ୍ୟ ସଙ୍ଗୀତଜ୍ଞ, ସାହିତ୍ୟିକ ତଥା ଶିକ୍ଷକ ଲକ୍ଷ୍ମୀପ୍ରସାଦ ପାଣି ସୁନ୍ଦର ଭାବେ ବାଦ୍ୟ ଯନ୍ତ୍ର ପରିଚାଳନା କରିଥିଲେ । ସିଆରସିସି ଜଗନ୍ନାଥ ପରିଡା, ଶିକ୍ଷକ ଦେବେନ୍ଦ୍ର ବେହେରା, ଏକାଦଶୀ ପ୍ରଧାନ, ଫକୀର ଦାସ, ଅଭୟ ସାହୁ,ସତ୍ୟ ନାରାୟଣ ସାହୁ, ଗୋପୀନାଥ ମହାନ୍ତି, ସବିତା ମହାନ୍ତି , କମିଟି ସଭାପତି,ସଭ୍ୟା ସଭ୍ୟ , ଗ୍ରାମ ବାସୀ ଓ ହାକପଡା ଆଞ୍ଚଳିକ ସାଧନ କେନ୍ଦ୍ରାଧୀନ ସବୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମ୍ମିଳିତ ସହଯୋଗରେ ଉତ୍ସବଟି ସଫଳ ହୋଇଥିଲା ।ଶିକ୍ଷାବିତ୍ ନିରଞ୍ଜନ ସାହୁ ଧନ୍ୟବାଦ ଦେଇଥିଲେ। ଏଥିରେ ବିଶ୍ଵାଳ ଗୁରୁଜୀଙ୍କ ସମୟର ଶିକ୍ଷକ ପ୍ରଭାସ ମହାରଣା, କୈଳାସ ପ୍ରଧାନ ,ପଙ୍କଜ ବେହେରା,ଶିକ୍ଷୟିତ୍ରୀ ପାର୍ବତୀ ମହାପାତ୍ର ,ମଞ୍ଜୁଲତା ପ୍ରଧାନ, ସ୍ବେଚ୍ଛାସେବୀ ବିଷ୍ଣୁପ୍ରିୟା ଭୁଜବଳଙ୍କ ସହ ସଂସ୍କୃତ ପଣ୍ଡିତ ରବିନ୍ଦ୍ର ପ୍ରଧାନ, ଶିକ୍ଷକ କୈଳାସ ମହାପାତ୍ର, ଭଗବାନ ସାହୁ, ରମେଶ ପ୍ରଧାନ, ଅଭିମନ୍ୟୁ ପ୍ରଧାନ,ବିଚିତ୍ରାନନ୍ଦ ନାୟକ, ତୁଷାର ପ୍ରଧାନ,କ୍ଷେତ୍ରବାସୀ ଆଳୁକ, ପବିତ୍ର ପଣ୍ଡା, ଲୋକନାଥ ପ୍ରଧାନ,ପୂର୍ଣ୍ଣ ସାହୁ,ପ୍ରତାପ ବିଶୋଇ,ଅଧିକାରୀ ସାହୁ,ବାସୁ ମଲ୍ଲିକ, ଲକ୍ଷ୍ମଣ ପୂଝାରୀ , ଶିକ୍ଷୟିତ୍ରୀ ନିବେଦିତା ମିଶ୍ର,ରମାମଣି ଜେନା, ମଞ୍ଜୁଶ୍ରୀ ଜେନା,ଶ୍ରୀମତୀ ବେହେରା ଓ ଅନ୍ୟମାନେ ଯୋଗଦାନ ପୂର୍ବକ ଉତ୍ସାହିତ କରିଥିଲେ । ଏଥିରେ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସୁବାଷ ମିଶ୍ର,ନବ ମିଶ୍ର, ଅନିଲ ପ୍ରଧାନ,ପୂର୍ଣ୍ଣ ମହାପାତ୍ର ଓ ସତ୍ୟ ମହାପାତ୍ର ଯୋଗଦେଇଥିଲେ ।ଆଞ୍ଚଳିକ ସାଧନ କେନ୍ଦ୍ର ହାକପଡାର ସବୁ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ଓ ବିଭିନ୍ନ ବିଦ୍ୟାଳୟ ଓ ପୂର୍ବର ସ୍ବଲିପି ପରିବାର ଓ ଶିକ୍ଷକ ସଂଘ ତରଫରୁ ବିଦାୟୀ ଶିକ୍ଷକଙ୍କୁ ଉତ୍ତରୀୟ, ମାନପତ୍ର, ପୁଷ୍ପଗୁଚ୍ଛ,ଉପଢୌକନ ପ୍ରଦାନ ପୂର୍ବକ ଅଶେଷ ସମ୍ବର୍ଦ୍ଧିତ କରାଯାଇଥିଲା ।ଶେଷରେ ଗ୍ରାମ୍ୟ ପରିକ୍ରମା ସହ ନିଜ ଗାଁ କିଆଲଣ୍ଡା ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ନିଆଯାଇ ତାଙ୍କୁ ଭବ୍ୟ ବିଦାୟ ଦିଆଗଲା । ପ୍ରକାଶ ଥାଉ କି ସେବାନିବୃତ୍ତ ଶିକ୍ଷକ ଶ୍ରୀଯୁକ୍ତ ବିଶ୍ବାଳ ୧୯୮୯ରୁ ୨୦୦୪ ପର୍ଯ୍ୟନ୍ତ ଡେ଼ଲାଙ୍ଗର ଅଣ ଆନୁଷ୍ଠାନିକ ଶିକ୍ଷା ଓ କୋରାପୁଟର ବୈପାରିଗୁଡାରେ ଅଭିନବ ବିକଳ୍ପ ଶିକ୍ଷା କେନ୍ଦ୍ରରେ ଶିକ୍ଷକତା ଆରମ୍ଭ କରି କ୍ଷେତ୍ର ପରିଦର୍ଶକ ଭାବେ ବହୁ କଷ୍ଟ ଓ ପ୍ରତିବନ୍ଧକକୁ ସାମ୍ନା କରି ଶିକ୍ଷା କ୍ଷେତ୍ରରେ ନବ ଜାଗରଣ ସୃଷ୍ଟି କରିଥିବାର ଅନୁଭୂତି ଓ ସେତେବେଳେ କେତେକ ଗାଁ କୋଠଘରେ ଡିବି ଆଲୁଅରେ ପାଠପଢ଼ାର କଥା ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ପ୍ରଫୁଲ୍ଲ ମହାରଣା ଓ ଅନ୍ୟମାନେ ବର୍ଣ୍ଣନା କରିଥିଲେ। ସେ ସରକାରୀ ଶିକ୍ଷକ ଭାବରେ ୨୦୦୫ରେ ଡେ଼ଲାଙ୍ଗ ବ୍ଲକ୍ ସେବକ ସାହୁ ପାଟଣା ପ୍ରାଥମିକ ବିଦ୍ୟାଳୟ ଓ ୨୦୧୨ରୁ୨୦୨୪ ପର୍ଯ୍ୟନ୍ତ ବ୍ରାହ୍ମଣ ବାଡ଼ ବିଦ୍ୟାଳୟରେ ନିଷ୍ଠାପର ଭାବେ ଶିକ୍ଷକତା କରିଥିଲେ। ସମସ୍ତେ ତାଙ୍କ ଉଦାର ହୃଦୟ କଥା କହି ନିରାମୟ ଜୀବନ କାମନା କରିଥିଲେ।ପତ୍ନୀ ଗୀତାଞ୍ଜଳି, ପୁତ୍ର ସତ୍ୟମ୍ ଓ ଶୁଭମ୍ ସଭାରେ ଉପସ୍ଥିତ ରହି କୃତଜ୍ଞତା ଜ୍ଞାପନ କରିଥିଲେ।
