ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ କବିସୂର୍ଯ୍ୟ ନଗର ଶାଖା ପ୍ରଭୁପ୍ରୀତ ଭବନ 88ତମ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ପାଳନ କରିଛି

ଆସିକା 5/3/2024 ଏହି ଶୁଭ କାର୍ଯ୍ୟର ଶୁଭାରମ୍ଭ କରିଥିଲେ ଆମ କବିସୂର୍ଯ୍ୟନଗରର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ମହୋଦୟା ଏବଂ ଚେୟାରମେନ ଶ୍ରୀମତୀ ଲ ଲକ୍ଷ୍ମୀ ସେଠୀ।ପରମାତ୍ମଙ୍କ ସନ୍ଦେଶକୁ ଘରେ ଘରେ ପହଞ୍ଚାଇବା ପାଇଁ ଏକ ଶିବ ସନ୍ଦେଶ ରଥ ସହର ପରିକ୍ରମା କରିଥିଲା।ବହୁ ଦୂର ଦୁରନ୍ତରୁ ଶତାଧିକ ବ୍ରହ୍ମାକୁମାର ଏବଂ ବ୍ରହ୍ମକୁମାରୀ ଯୋଗ ଦେଇ ଏହି କାର୍ଯ୍ୟକୁ ସଫଳ କରାଇଥିଲେ।ପରମାତ୍ମଙ୍କ ଜ୍ଞାନକୁ ଜୀବନରେ ଧାରଣକରି ପରିବାରରେ ସୁଖ ଶାନ୍ତି ଆଣିପାରିଛି ଏବଂ ସ୍ବର୍ଗ ମଧ୍ୟ ଏହି ଜ୍ଞାନ ଦ୍ଵାରା ହିଁ ହୋଇପାରିବ ବୋଲି ମୁଖ୍ୟ ଅତିଥି ଲତିକା ମାହୋଦୟା ନିଜର ବକ୍ତବ୍ୟ ରଖିଥିଲେ।ମୁଖ୍ୟବକ୍ତା ରୂପେ ଆସ୍କା ଶାନ୍ତି ଶକ୍ତି ଭବନର ସଂଚଲୀ କା ରାଜଯୋଗିନୀ ପ୍ରଭାତୀ ଭଉଣୀ ଶିବ ବାବାଙ୍କର ଦିବ୍ୟ ଅବତରଣ ତଥା ସତ୍ୟ ପରିଚୟ ପ୍ରଦାନ କରିଥିଲା ବେଳେ ପ୍ରଭୂପ୍ରୀତ ଭବନର ସଂଞ୍ଚା ଳ କା ରଜାଯୋଗର କରାଇଥିଲେ ଏବଂ ସଭାକୁ ରାଜ ଯୋଗୀ ବ୍ରହ୍ମାକୁମାର ସତ୍ୟପ୍ରିୟ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକୁ ବ୍ରହ୍ମକୁମାରି ନିରୂ , ଅନୁ,ଧରଣୀ, ଭାଗ୍ୟ ,ଏବଂ ବ୍ରହ୍ମକୁମା ର ଚରଣ ,ବିଶ୍ଵନାଥ ,ବଳରାମ ,ସୁଶାନ୍ତ ଆଦି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *