ଯୁବତିଙ୍କ ମୃତଦେହ ଉଧାର

-ବନ୍ଦ ଘରୁ ଯୁବତିଙ୍କ ମୃତଦେହ ଉଧାର।ମୃତକ ହେଲେ କାମାକ୍ଷାନଗର ଥାନା ଲୋକନାଥପୂର ଗ୍ରାମର ଲକ୍ଷ୍ମିପ୍ରିୟା ଖୁଣ୍ଟିଆ।ଘରେ କେହି ନଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଯୁବତିଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।ସିଡି ଘରର କବାଟ ଖୋଲା ଥିବାରୁ ଦୂର୍ବୁତ୍ତ ହତ୍ୟା କରି ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି।ସୂଚନା ଅନୁସାରେ ଲକ୍ଷ୍ମିପ୍ରିୟାଙ୍କ ମାଆ ଗତକାଲି ଠାରୁ ତାଙ୍କର ସଂପର୍କିୟଙ୍କ ଘରକୁ ଯାଇଥିବା ବେଳେ ଲକ୍ଷ୍ମିପ୍ରିୟା ଓ ତାଙ୍କ ବଡ ଭଉଣି ଘରେ ଥିଲେ।ତେବେ ଆଜି ସକାଳୁ ବଡ ଭଉଣି ଲକ୍ଷ୍ମିପ୍ରିୟାଙ୍କୁ ଉଠାଇବାକୁ ଯିବା ବେଳେ ସେ ଆଉ ଉଠି ନଥିଲେ।ପରେ ପଡୋଶି ଘରର ଲୋକ ମାନେ ଆସି ଦେଖିବା ପରେ ତାଙ୍କୁ କେହି ହତ୍ୟା କରାଯାଇଥିବା ଜଣାପଡିଛି।ଆଖି,ନାକ ଓ କାନରୁ ରକ୍ତ ମଧ୍ୟ ବାହାରିଛି।ମାଆ ଘରେ ପହଞ୍ଚିବା ପରେ ଝିଅକୁ କେହି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି।।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ।

Leave a Reply

Your email address will not be published. Required fields are marked *